୨୩ଜିଲ୍ଲାରେ ୧୦୨ ଡିଜିଟାଲ ଡିସପେନସାରୀ ପ୍ରତିଷ୍ଠା ନିମନ୍ତେ ରାଜିନାମା ସ୍ୱାକ୍ଷରିତ

ଅପହଂଚ ଇଲାକାରେ ପ୍ରତ୍ୟକ୍ଷ ସ୍ୱାସ୍ଥ୍ୟସେବା

ଭୁବନେଶ୍ୱର : ରାଜ୍ୟର ଦୁର୍ଗମ ଅଚଂଳଗୁଡିକରେ ସାଧାରଣ ସ୍ୱାସ୍ଥ୍ୟ ସମସ୍ୟାର ପରାମର୍ଶ ନିମନ୍ତେ ଲୋକମାନେ ଡାକ୍ତରଙ୍କ ନିକଟରେ ପହଂଚିବା ଅସମ୍ଭବ ମନେହେଉଥିବା ବେଳେ ଆଜି ସେ ସବୁ ଅଂଚଳରେ ଲୋକଙ୍କୁ ଏମ୍ବିବିଏସ୍ ଡାକ୍ତରଙ୍କ ଦ୍ୱାରା ପ୍ରାଥମିକ ସ୍ୱାସ୍ଥ୍ୟସେବା ପ୍ରଦାନ ପଇଁ ରାଜ୍ୟ ସରକାର ଆଧୁନିକ ଜ୍ଞାନକୌଶଳ ବ୍ୟବହାର ଜରିଆରେ ଆରମ୍ଭ କରିଛନ୍ତି ‘ଡିଜିଟାଲ ଡିସ୍ପେନ୍ସାରି’ ବ୍ୟବସ୍ଥା ।
ଆଜି ମାନ୍ୟବର ମୁଖ୍ୟମବୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ଗ୍ଲୋକାଲ ହେଲ୍ଥ କେଆର ସିଷ୍ଟମ (ପ୍ରା) ଲିମିଟେଡ୍ ମଧ୍ୟରେ ଉପରୋକ୍ତ ମର୍ମରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଆଇନ,ସୂଚନା ଓ ଲୋକସଂପର୍କ ମବୀ ଶ୍ରୀ ପ୍ରତାପ ଜେନା ମଧ୍ୟ ଉପସ୍ଥିତ ଥିଲେ ।
ପ୍ରତ୍ୟେକ ଡିଜିଟାଲ ଡିସ୍ପେନ୍ସାରିରେ ଭିଡିଓ କନଫେରନ୍ସିଂ ମାଧ୍ୟମରେ ଏମ୍ବିବିଏସ୍ ଡାକ୍ତରଙ୍କ ଠାରୁ ପରାମର୍ଶ ଗ୍ରହଣ ବ୍ୟବସ୍ଥା କରାଯାଇଛି । ଏଥିସହିତ ପ୍ରତ୍ୟେକ ଡିସ୍ପେନ୍ସାରିରେ ଜଣେ ଲେଖାଏଁ ଫାର୍ମାସିଷ୍ଟ ଷ୍ଟାଫ ନର୍ସ, ଲାବରୋଟୋରୀ ଆସିଷ୍ଟାଂଟଙ୍କୁ ନିଯୁକ୍ତ କରାଯାଇଛି । ପ୍ରତ୍ୟେକ ଡିସ୍ପେନ୍ସାରିରେ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ଯଥା ; ପରିସ୍ରା, ରକ୍ତରେ ହେମୋଗ୍ଲୋବିନ୍ ଓ ସର୍କରା ମାତ୍ରା ଚିହ୍ନଟ ନିମନ୍ତେ ପରୀକ୍ଷା, ମ୍ୟାଲେରିଆ, ଡେଙ୍ଗୁ, ରକ୍ତଚାପ, ଇସିଜି, ଗର୍ଭଧାରଣ ଚିହ୍ନଟ ଭଳି ବିଭିନ୍ନ ପ୍ରକାର ଆବଶ୍ୟକୀୟ ପରୀକ୍ଷା ବ୍ୟବସ୍ଥା କରାଯିବା ସହିତ ବିନାମୂଲ୍ୟରେ ଔଷଧ ଯୋଗାଣ ବ୍ୟବସ୍ଥା କରାଯାଇଛି । ଲୋକମାନଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ଏହି ସମସ୍ତ ସୁବିଧା ବିନାମୂଲ୍ୟରେ ଯୋଗାଇ ଦିଆଯିବ ।
ପରୀକ୍ଷାମୂଳକ ଭାବରେ ନବରଙ୍ଗପୁର ଜିଲ୍ଲାର ୨୫ଟି ଓ କେନ୍ଦୁଝର ଜିଲ୍ଲାର ୫ଟି ସ୍ଥାନରେ ଏହି ଯୋଜନା ଗ୍ଲୋକାଲ ହେଲ୍ଥ କେଆର ସିଷ୍ଟମ (ପ୍ରା) ଲିମିଟେଡ୍ ସହଯୋଗରେ ଆରମ୍ଭ କରାଯାଇଥିଲା । ବର୍ତମାନ ସୁଦ୍ଧା ପ୍ରାୟ ୧ ଲକ୍ଷରୁ ଉଦ୍ଧ୍ୱର୍ଲୋ କ ଏହି ସେବା ଦ୍ୱାରା ଉପକୃତ ହୋଇଛନ୍ତି । ପରୀକ୍ଷାମୂଳକ ପର୍ଯ୍ୟାୟରେ ଆରମ୍ଭ ହୋଇଥିବା ଡିଜିଟାଲ ଡିସ୍ପେନ୍ସାରିର ସଫଳତା ଆଧାରରେ ରାଜ୍ୟ ସରକାର
ଏହି ସେବା ବ୍ୟବସ୍ଥାକୁ ସମ୍ପ୍ରସାରିତ କରି ଓଡ଼ିଶାର ୨୩ଟି ଜିଲ୍ଲାରେ ୧୦୨ଟି ସ୍ଥାନରେ ଡିଜିଟାଲ ଡିସ୍ପେନ୍ସାରି ପ୍ରତିଷ୍ଠା କରିବାକୁ ଯାଉଛନ୍ତି । ଏହି ଜିଲ୍ଲାଗୁଡିକ ହେଉଛି; ଅନୁଗୁଳ, ବାଲେଶ୍ୱର, ବରଗଡ, ବଲାଙ୍ଗୀର, ବୌଦ୍ଧ, କଟକ, ଦେବଗଡ଼, ଢେଙ୍କାନାଳ, ଗଜପତି, ଗଞ୍ଜାମ, ଯାଜପୁର, ଝାରସୁଗୁଡା, କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡା, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ନୂଆପଡା, ପୁରୀ, ରାୟଗଡା, ସମ୍ବଲପୁର ଓ ସୁନ୍ଦରଗଡ଼ । ଏହି ଜିଲ୍ଳାଗୁଡିକର ଦୁର୍ଗମ ଅଚଂଳ ମାନଙ୍କରେ ଯେଉଁଠି ଲୋକମାନେ ସାଧାରଣତଃ ଡାକ୍ତରଙ୍କ ନିକଟରେ ପହଚିଂପାରନ୍ତି ନାହିଁ ସେହିଠାରେ ଡିଜିଟାଲ ଡିସ୍ପେନ୍ସାରି ପ୍ରତିଷ୍ଠା କରାଯିବ । ଏହି ପଦକ୍ଷେପ ଦ୍ୱାରା ରାଜ୍ୟର ଦୁର୍ଗମ ଅଚଂଳରେ ବାସକରୁଥିବା ଅଧିବାସୀମାନଙ୍କ ଘର ପର୍ଯ୍ୟନ୍ତ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ପହଚାଂଇ ହେବ ଓ ଏହା “”ସୁସ୍ଥ ଓଡ଼ିଶା – ସୁଖୀ ଓଡ଼ିଶା”” ଗଠନର ସ୍ୱପ୍ନକୁ ସାକାର କରିବାରେ ସହାୟକ ହେବ ।

Leave A Reply

Your email address will not be published.