ହନିମୁନ୍ ଟ୍ରିପରେ ଯାଉଛନ୍ତି କି ? ଏସବୁ ଜାଣନ୍ତୁ ନହେଲେ ଭାଙ୍ଗିପାରେ ବିଶ୍ୱାସ

ବିବାହ ପରେ ଅଧିକାଂଶ ନବ ବିବାହିତ ବର-ବଧୂ ହନିମୁନ୍ କରିବାକୁ ହୋଇଥା’ନ୍ତି । ଏଥିପାଇଁ ସେମାନେ ପୂର୍ବରୁ କେଉଁଠାକୁ ଯିବେ ତାହା ଠିକ୍ କରିଥାନ୍ତି । ପ୍ରସ୍ତାବିତ ବିବାହ କ୍ଷେତ୍ରରେ ବିବାହ ପୂର୍ବରୁ ସଦ୍ୟ ବିବାହିତ ଦଂପତି ପରସ୍ପରକୁ ବିଶେଷ ଭଲଭାବେ ଜାଣି ନଥା’ନ୍ତି । ଏଣୁ ହନିମୁନ୍ ଟ୍ରିପ୍ରେ ପ୍ରକୃତ ଆନନ୍ଦ ଉଠାଇବାର ପ୍ରକ୍ରିୟା ସଂପର୍କରେ ଜାଣି ନଥା’ନ୍ତି । ଏଣୁ ହନିମୁନ୍ ଯୋଡ଼ିମାନଙ୍କୁ ସ୍ମରଣୀୟ ରଖିବା ଲାଗି କିଛି ସ୍ୱତନ୍ତ୍ର ଦିଗପ୍ରତି ଧ୍ୟାନ ଦେବାକୁ ପଡ଼ିବ । ଆସନ୍ତୁ ଜାଣିବା ସେସବୁ ସଂପର୍କରେ ହନିମୁନ୍ ସବୁଦିନ ପାଇଁ ସ୍ମରଣୀୟ ହୋଇରହିବ ।
ନଟିନେସ୍ ଉଭୟଙ୍କୁ ନିକଟତର କରିଥାଏ । ଆପଣ ଦୁହେଁ ଯେତେ ଅଶ୍ଳୀଳ ଥଟ୍ଟାମଜା ହେବେ, ପରସ୍ପର ପ୍ରତି ସେତେ ଅନ୍ତରଙ୍ଗ ହୋଇପାରିବ । ତେବେ ଏଥିରେ ପରସ୍ପରକୁ ଆଘାତ ଦେବା ଭଳି କଥା ନ ହେବା ଆବଶ୍ୟକ । ଜୀବନରେ ହନିମୁନ୍ ଥରେ ଆସେ । ଏଣୁ ଆଗରୁ ହୋଇନଥିବା ଏକ ନୂଆ ଜାଗାକୁ ଗଲେ, ତାହା ନିଶ୍ଚିତ ସ୍ମରଣୀୟ ହାଇପାରିବ ।
ହନିମୁନ୍ ଟ୍ରିପ୍ରେ ଉଭୟ ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତର ଆନନ୍ଦ ସାଙ୍ଗ ହୋଇ ନିଅନ୍ତୁ । ଏହା ଆପଣ ଦୁହିଁଙ୍କୁ ରୋମାନ୍ସ କରିବା ପାଇଁ ଅଧିକ ଉତ୍ସାହ ଦେବ । ହନିମୁନ୍ ଟ୍ରିପରେ ରିଲାକ୍ସ ହେବା ଲାଗି ବିଶ୍ୱାସ ବି ଜରୁରୀ । ଏହି ସମୟରେ ସୌନ୍ଦର୍ଯ୍ୟମୟ ଦୃଶ୍ୟର ନିଜ ମୋବାଇଲରେ ଫଟୋ ଉଠାନ୍ତୁ ଅଥବା ଭିଡିଓ ରେକର୍ଡିଂ କରନ୍ତୁ ।
ହନିମୁନ୍ ଟ୍ରିପରେ ଥିବାବେଳେ ଅଧିକାଂଶ ସମୟ ମୋବାଇଲ ସ୍ୱିଚ୍ ଅଫ୍ କରି ଦିଅନ୍ତୁ । ଆପଣ ନିଜ ଘର ଲୋକଙ୍କ ସହ କଥା ହେବା ଲାଗି ଏକ ନିର୍ଦ୍ଦିଷ୍ଟ ସମୟ ରଖନ୍ତୁ । କାରଣ ଆପଣ ସଦ୍ୟ ବିବାହିତ ଓ ପରିବାରଠୁ ଦୂରରେ ଅଛନ୍ତି । ଏହାକୁ ନେଇ ପରିବାର ଲାକେ ଚିନ୍ତାରେ ଥାଇପାରନ୍ତି ।ଏଣୁ ଏହା କରିଲେ ଆପଣ ସୁଚିନ୍ତାରେ ରୋମାନ୍ସ କରିପାରିବେ ଓ ପରିବାର ମଧ୍ୟ ଆପଣ ଦୁହିଁଙ୍କୁ ନେଇ ନିଶ୍ଚିନ୍ତ ରହିପାରିବେ ।
ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ ପରସ୍ପର ପସନ୍ଦକୁ ଆଖି ଆଗରେ ରଖି ଖାଦ୍ୟ ପାନୀୟ, ପରିଧାନ ପ୍ରତି ଧ୍ୟାନ ଦିଅନ୍ତୁ । ଏହାଦ୍ୱାରା ହନିମୁନ୍ ଟ୍ରିପ୍ରେ ସ୍ମରଣୀୟ ହୋଇ ରହିବ ।

Leave A Reply

Your email address will not be published.