୬୦ ନାଗଛୁଆ ଓ ୫୦ ସାପ ଅଣ୍ଡା ଉଦ୍ଧାର

ସୁନ୍ଦରଗଡ : ସବ୍ଡେଗା ବ୍ଲକର କଇଁସରା ଗ୍ରାମରେ ଏକ ଘରୁ ୬୦ରୁ ଊଦ୍ଧ୍ୱର୍ ନାଗଛୁଆ ଓ ୫୦ରୁ ଊଦ୍ଧ୍ୱର୍ ସାପଅଣ୍ଡା ଆଜି ଉଦ୍ଧାର କରାଯାଇଛି । କଇଁସରା ଗାଁର ବିନୋଦ ଟପ୍ପୋ ନିଜ ଘର ଅଗଣାରେ ଆଜି ଦୁଇଟି ନାଗସାପ ଦେଖିଥିଲେ । କିଛି ଦୂରରେ ଏକ ସାପକାତି ମଧ୍ୟ ସେ ଦେଖିଥିଲେ । ସନ୍ଦେହ ହେବାରୁ ସେ ପାଖରେ ରହୁଥିବା ଜଣେ କେଳାଙ୍କୁ ଡାକିଥିଲେ । କେଳା ବିନୋଦଙ୍କ ଘରେ ଖୋଜାଖୋଜି କରିବାରୁ ଘର କାନ୍ଥଗୁଡ଼ିକରେ ବହୁ
ସାପଛୁଆ ଏବଂ ଅଣ୍ଡା ଥିବା ଦେଖି ଥିଲେ । ସେଗୁଡିକୁ ସେ ଉଦ୍ଧାର କରି ଏକ ମାଠିଆରେ ରଖିଥିଲେ । ଗ୍ରାମବାସୀ ଏହି ଦୃଶ୍ୟ ଦେଖିବାରୁ ରୁଣ୍ଡ ହୋଥିଲେ । ବିନୋଦଙ୍କ ଘରୁ ସନ୍ଧ୍ୟା ପର୍ଯ୍ୟନ୍ତ ୬୦ରୁ ଊଦ୍ଧ୍ୱର୍ ନାଗସାପ ଛୁଆ ଏବଂ ୫୦ରୁ ଊଦ୍ଧ୍ୱର୍ ସାପଅଣ୍ଡା ଉଦ୍ଧାର କରାଯାଇଛି । ଏଗୁଡିକୁ ନିକଟସ୍ଥ ଜଙ୍ଗଲରେ ଛାଡି ଦିଆଯିବ ବୋଲି କେଳା କହିଥିବା ବେଳେ ଆହୁରି ସାପଛୁଆ ଓ ଅଣ୍ଡା ଥିବା ସେ ସନ୍ଦେହ କରୁଛନ୍ତି । ସେଗୁଡିକୁ ଉଦ୍ଧାର ପାଇଁ ଉଦ୍ୟମ କରିବେ ବୋଲି ସେ କହିଛନ୍ତି । ବିନୋଦ ଓ ତାଙ୍କ ପରିବାର ଲୋକେ ଏବେ ଭୟଭୀୟ ହୋଇପଡିଛନ୍ତି ।

Leave A Reply

Your email address will not be published.