ଆଉ ଜଣେ ଭଣ୍ଡ ବାବା ଗିରଫ : ଶତାଧିକ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ତାନ୍ତ୍ରିକ ବାବା ଅମରପୁରୀ ନାଗା ସାଧୁ ଗିରଫ

ହରିୟାନା : ଶତାଧିକ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ହରିଆନା ଫତେହାବାଦର ତାନ୍ତ୍ରିକ ବାବା ଅମରପୁରୀ ନାଗା ସାଧୁ ଓରଫ ଜଲେବି ବାବା ଗିରଫ । ୬୦ ବର୍ଷୀୟ ଜଲେବି ବାବା  ସମସ୍ୟା ସମାଧାନ ପ୍ରତିଶ୍ରୁତିରେ ମହିଳାଙ୍କୁ ପ୍ରଭାବିତ କରୁଥିଲେ। ମହିଳାମାନଙ୍କୁ  ନିଶା ଦେଇ ଆଶ୍ରମରେ ହିଁ ଦୁଷ୍କର୍ମ କରୁଥିଲେ । ଆଉ ଏହାର ଭିଡିଓ ରେକର୍ଡିଂ କରି ମହିଳାମାନଙ୍କୁ ବ୍ଲାକ୍‌ମେଲ୍ କରୁଥିଲା । ତାନ୍ତ୍ରିକର ମୋବାଇଲ୍‌ରୁ ୧୨୦ଟି ଭିଡିଓ କ୍ଲିପ୍‌ ଜବତ ହୋଇଛି । ଗିରଫ ପରେ ୫ ଦିନିଆ ରିମାଣ୍ଡରେ ନେଇ ଜେରା କରୁଛି ପୋଲିସ ।

  ଆଉ ଜଣେ ଭଣ୍ଡ ବାବା ଗିରଫ । ଜଲେବି ବାବା  ଓରଫ  ବିଲ୍କ ଓରଫ ଅମରପୁରୀ ନାଗାଙ୍କୁ ଗିରଫ କରିଛି ହରିୟାନା ପୋଲିସ  । ଏ ତାନ୍ତ୍ରିକ ବାବା ବିରୋଧରେ  ଅଭିଯୋଗ ସଂଘାତିକ । ଶତାଧିକ ମହିଳାଙ୍କୁ ବଳାତ୍କାର  କରିଥିବାର ଅଭିଯୋଗ । ହରିୟାଣା ଫତେହାବାଦ ତୋହାନାର ବାବା ବାଳକନାଥ ମନ୍ଦିରର ମହନ୍ତ ବିଲ୍ଲୁ ବାବା  ତନ୍ତ୍ରବଳରେ ସମସ୍ୟାର ସମାଧାନ ପ୍ରତିଶ୍ରୁତି ଦେଇ କରୁଥିଲେ ବ୍ୟଭିଚାର । ବିଭିନ୍ନ ସମସ୍ୟା ନେଇ ବାବାଙ୍କ ନିକଟରୁ ଆସୁଥିଲେ ମହିଳା । ଆଉ ବାବା ତନ୍ତ୍ରସାଧାନା ବଳରେ ସମସ୍ୟାର ସମାଧାନ କରିଦେବା ବାହାନାରେ ମହିଳାଙ୍କୁ ନିଶା ଦେଇ ବଳାତ୍କାର କରୁଥିବା ଅଭିଯୋଗ ହୋଇଛି । କେବଳ ବଳାତ୍କାର କରୁନଥିଲା, ସେ ସମୟର ଭିଡିଓ ସୁଟିଂ କରି ମହିଳାଙ୍କୁ ବ୍ଲକ୍ ମେଲ୍ କରୁଥିଲେ ବାବା। ଭଣ୍ଡ ଜଲେବି ବାବା ସେଲ୍ ଫୋନ୍ ରୁ ୧୨୦ ଟି ଅଶ୍ଲିଳ  ଭିଡିଓ କ୍ଲିପ୍ ମିଳିଛି । ଆଶ୍ରମରୁ ଅନେକ ଆପତ୍ତି ଜନକ  ସାମଗ୍ରୀ ଜବତ ହୋଇଛି । ଭାରତୀୟ ଦଣ୍ଡବିଧି ଆଇନର ବିଭିନ୍ନ ଧାରାରେ ବାବା ବିରୋଧରେ ମାମଲା ରୁଜୁ ହୋଇଛି ।

ତେବେ କିଏ ଏ ବାବା । କେମିତି ଇଏ ବନିଗଲେ ଜଲେବି ବାବା । ୟାଙ୍କ ପ୍ରକୃତ ନାଁ ଅମରବୀର ଓରଫ ବିଲ୍ଲୁ । ଘର ପଞ୍ଜାବର ମାନସା । ୨୦ ବର୍ଷ ହେଲା ସେ ଫତେହାବାଦ ତୋହାନାରେ ଜଲେବି ଦୋକାନ କରି ବେଶ୍ ନାଁ କରିଥିଲେ । ସ୍ତ୍ରୀ ମରିଯିବା ପରେ ଅମରବୀର ନିଜ ଗାଁକୁ ପଳାଇଥିଲେ । ଆଉ କିଛି ଦିନ ପରେ ଫେରିଥିଲେ ଜଣେ ତାନ୍ତ୍ରିକ ଭାବେ । ପାଲଟିଗଲେ ବାବା ଅମରପୁରୀ ନାଗା ସାଧୁ ଓରଫ ଜଲେବି ବାବା । ବିଭିନ୍ନ ସମସ୍ୟା ନେଇ ବାବାଙ୍କ ନିକଟକୁ ଆସୁଥିଲେ ଲୋକେ । ତେବେଲୋକ ମହିଳାମାନେ  ହିଁ ଥିଲେ ବାବାଙ୍କ ଟାର୍ଗେଟ୍ ।  ପ୍ରେତାତ୍ମାର ପ୍ରଭାବ କହି ବାବା ସେମାନଙ୍କ ମନରେ ବିଶ୍ବାସ ଜନ୍ମାଉଥିଲେ । ତନ୍ତ୍ର ବିଦ୍ୟା ବଳରେ ଏହାର ସମାଧାନ କରିବେ କହ  ମହିଳାଙ୍କୁ ନିଶା ଦେଇ ନିଜର କୁଚ୍ଛିତ କାମନା ଚରିତାର୍ଥ କରୁଥିଲେ ବାବା । ଏହାର ଭିଡିଓ ସୁଟିଂ କରି ବ୍ଲକ୍ ମେଲ୍ କରୁଥିଲେ । ୯ ମାସ ତଳେ ଏମିତି ଏକ ମାମଲାରେ ବାବା ଗିରଫ ହୋଇ ଜାମିନରେ ଆସିଥିଲେ । କିନ୍ତୁ ଏବେ ବାବା କରିଥିବା ଭିଡିଓ ପଦାକୁ ଆସିବା ପରେ ପୋଲିସ ତାଙ୍କୁ ଗିରଫ କରିଛି ।  

Leave A Reply

Your email address will not be published.