୨୭ରେ ଶତାବ୍ଦୀର ଦୀର୍ଘତମ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ : ରକ୍ତବର୍ଣ୍ଣ ହେବ ଚନ୍ଦ୍ରମା

କୋଲକାତା : ଆସନ୍ତା ୨୭ରେ ଚଳିତ ଶତାବ୍ଦୀର ଦୀର୍ଘତମ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ସଙ୍ଘଟିତ ହେବ ଏବଂ ଏହା ଦେଶର ସମସ୍ତ ଭାଗକୁ ଦୃଶ୍ୟମାନ ହେବ । ୧ ଘ ୪୩ ମିନିଟ୍ ପର୍ଯ୍ୟନ୍ତ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ରହିବ । ଏହି ଚନ୍ଦ୍ରଗ୍ରହଣ ଦକ୍ଷିଣ ଆମେରିକା, ଆଫ୍ରିକାର ବହୁ ଭାଗ, ମଧ୍ୟପ୍ରାଚ୍ୟ ଓ କେନ୍ଦ୍ର ଏସିଆରେ ମଧ୍ୟ ଦୃଶ୍ୟମାନ ହେବ ବୋଲି ଏହି ସୂତ୍ରରେ ଜଣାଯାଇଛି । ଏହି ସମୟରେ ଚନ୍ଦ୍ର ରକ୍ତବର୍ଣ୍ଣ ଧାରଣ କରିବ, ଯାହା ‘ବ୍ଲଡ୍ ମୁନ୍’ ଭାବରେ ପରିଚିତ ବୋଲି ଏମ୍ପି ବିର୍ଲା ପ୍ଲାନେଟୋରିୟମ୍, କୋଲକାତାର ନିର୍ଦ୍ଦେଶକ ଦେବୀ ପ୍ରସାଦ ଦୁରାଇ କହିଛନ୍ତି । ଭାରତୀୟ ସମୟ ଅନୁଯାୟୀ ଜୁଲାଇ ୨୭ ରାତି ୧୧.୫୪ ଠାରୁ ଆଂଶିକ ଗ୍ରହଣ ଆରମ୍ଭ ହେବ । ରାତି ୧ଟାରୁ ୨.୪୩ ପର୍ଯ୍ୟନ୍ତ ପୂର୍ଣ୍ଣଗ୍ରାସ ହେବ । ଚଳିତ ବର୍ଷ ଜାନୁଆରୀ ୩୧ରେ ଶେଷ ଚନ୍ଦ୍ରଗ୍ରହଣ ସଙ୍ଘଟିତ ହୋଇଥିଲା । ଏହି ଚନ୍ଦ୍ରଗ୍ରହଣକୁ ସୁପର୍ ବ୍ଲୁ ବ୍ଲଡ୍ ମୁନ୍ କୁହାଯାଇଥିଲା । ପରବର୍ତ୍ତୀ ଚନ୍ଦ୍ରଗ୍ରହଣ ୨୦୧୯ ଜାନୁଆରୀ ୨୧ରେ ସଙ୍ଘଟିତ ହେବ ବୋଲି ଦୁରାଇ କହିଛନ୍ତି ।

Leave A Reply

Your email address will not be published.