ପ୍ରିୟଙ୍କାଙ୍କୁ ନେଇ କାହିଁକି ଦୁଃଖିତ କଙ୍ଗନା

ବି’ ଟାଉନ୍ର କ୍ୱିନ୍ ହିରୋଇନ୍ କଙ୍ଗ୍ନା ରଣାୱତ୍ ଏବେ ଗଭୀର ଆଘାତ ପାଇଛନ୍ତି । ଶାରୀରିକ ରୂପରେ ନୁହେଁ ବରଂ ମାନସିକ ସ୍ତରରେ । ଘଟଣା ବି ଠିକ୍ ସେମିତି । ତାଙ୍କ ସ୍ଥାନରେ ଯେ କେହି ବି ଥିଲେ ଭାଙ୍ଗିପଡ଼ିବା ସ୍ୱାଭାବିକ କଥା । ଖବର ମିଳିଛି, ନିକଟରେ ପ୍ରିୟଙ୍କା ଚୋପ୍ରା ନିଜର ତଥାକଥିତ ପୁରୁଷ ବନ୍ଧୁ ନିକ୍ଙ୍କ ସହ ନିର୍ବନ୍ଧ ଶେଷ କରିଛନ୍ତି । ଏତେ ବଡ଼ ଖୁସିର ମାହୋଲ୍ରେ ବହୁ ଅଭିନେତା-ଅଭିନେତ୍ରୀଙ୍କ ସମେତ ବନ୍ଧୁବାନ୍ଧବ ପ୍ରିୟଙ୍କାଙ୍କ ଘରେ ଉପସ୍ଥିତ ହୋଇଥିଲେ । ବେଶ୍ ଧୁମ୍ଧାମ୍ରେ ସବୁକିଛି ଶେଷ ହୋଇଥିଲା । କିନ୍ତୁ ଆଶ୍ଚର୍ଯ୍ୟ ଏଥିରେ କଙ୍ଗ୍ନା ରଣାୱତ୍ଙ୍କୁ ନିମନ୍ତ୍ରଣ କରିବାକୁ ଭୁଲିଗଲେ ପ୍ରିୟଙ୍କା । ନିକଟରେ ଏକ ଇଭେଣ୍ଟରେ ଯୋଗ ଦେବା ଅବସରରେ କଙ୍ଗ୍ନାଙ୍କୁ ଗଣମାଧ୍ୟମ ତରଫରୁ ପ୍ରିୟଙ୍କାଙ୍କ ନିମନ୍ତ୍ରଣ ନ ଆସିବା ସମ୍ପର୍କରେ ପ୍ରଶ୍ନ କରାଯାଇଥିଲା । ଉତ୍ତର ଦେବା ପୂର୍ବରୁ କଙ୍ଗ୍ନା ଖୁବ୍ ଦୁଃଖିତ ହୋଇପଡ଼ିଲେ । ତା’ପରେ କହିଥିଲେ, ଦୁହେଁ ଖୁବ୍ ଭଲ ସାଙ୍ଗ । ଯେତେ ଯାହା ପରିସ୍ଥିତି ଆସିଲେ ମଧ୍ୟ ଉଭୟଙ୍କ ସମ୍ପର୍କରେ କେବେ ଫାଟ ସୃଷ୍ଟି ହୋଇନାହିଁ । ତଥାପି ଏତେ ଭଲ ସମ୍ପର୍କ ଥାଇ ପ୍ରିୟଙ୍କା ତାଙ୍କ ସହ କାହିଁକି ଏଭଳି ବ୍ୟବହାର କଲେ ସେ ବୁଝିପାରୁ ନାହାନ୍ତି । କଙ୍ଗ୍ନାଙ୍କ କଥାରୁ ସ୍ପଷ୍ଟ ବାରିହେଉଥିଲା, ପ୍ରିୟଙ୍କାଙ୍କ ଏତାଦୃଶ ବ୍ୟବହାର ତାଙ୍କୁ ଖୁବ୍ କଷ୍ଟ ଦେଇଛି ।

Leave A Reply

Your email address will not be published.