କଣ ‘ଗୁଡ୍ ନ୍ୟୁଜ୍’ରେ ଦେବେ କରିନା- ଅକ୍ଷୟ ଜାଣନ୍ତୁ

ବଲିଉଡ ଗ୍ଲାମର ଗର୍ଲ ତନୁପାତଳୀ କରୀନା କପୁର ଓ ଖିଲାଡି ବୟ ଅକ୍ଷୟ କୁମାର ଦେବେ ‘ଗୁଡ୍ ନ୍ୟୁଜ୍’ । ତେବେ କଣ ଏହି ‘ଗୁଡ୍ ନ୍ୟୁଜ୍’ ତାକୁ ନେଇ ଆରମ୍ଭ ହୋଇଗଲାଣି ଚର୍ଚ୍ଚା ।
ଖୁବ୍ଶୀଘ୍ର ବଲିଉଡ୍ର ଖିଲାଡ଼ି କୁମାର ନିଜ ଫ୍ୟାନ୍ମାନଙ୍କୁ ଗୁଡ୍ ନ୍ୟୁଜ୍ ଦେବାକୁ ଯାଉଛନ୍ତି । ଏକାକୀ ନୁହେଁ ବରଂ ତନୁପାତଳୀ କରୀନା କପୁରଙ୍କ ସହ ମିଶି ଖୁସି ବାଣ୍ଟିବେ କୁ ପ୍ରସ୍ତୁତ ହେଲେଣି । ଶୁଣିବାକୁ ମିଳୁଛି କରନ ଜୋହର୍ଙ୍କ ପ୍ରଯୋଜିତ ତଥା ରାଜ ମେହେଟ୍ଟାଙ୍କ ନିର୍ଦ୍ଦେଶିତ ଆଗାମୀ ଫିଲ୍ମ ‘ଗୁଡ୍ ନ୍ୟୁଜ୍’ରେ ଉଭୟେ ଏକାଠି ଅଭିନୟ କରିବେ । ତାଙ୍କ ସହ ଦଲ୍ଜୀତ୍ ଦୋସାଞ୍ଝ ଏବଂ କିଆରା ଆଡ୍ଭାନୀ ମଧ୍ୟ ଫିଲ୍ମରେ ଦେଖାଦେବେ । ଆସନ୍ତାବର୍ଷ ଜୁଲାଇ ୧୯ରେ ଫିଲ୍ମ ରିଲିଜ୍ ହେବ । ନିକଟରେ ଅକ୍ଷୟ କୁମାର ଫିଲ୍ମର ପୋଷ୍ଟର୍କୁ ନିଜ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ ରେ ଅପ୍ଲୋଡ୍ କରିଥିଲେ । ଫଟୋ ତଳେ ‘ଗୁଡ୍ ନ୍ୟୁଜ୍’ କ୍ୟାପ୍ସନ୍ ମଧ୍ୟ ଦେଇଥିଲେ । ପୂର୍ବରୁ ଅକ୍ଷୟ ଏବଂ କରୀନା ଫିଲ୍ମ ‘ଅଜ୍ନାବି’, ‘କମ୍ବଖତ୍ ଇସ୍କ’, ‘ଟସନ୍’, ‘ଏତ୍ରାଜ୍’ ଏବଂ ‘ରାଓଡ଼ି ରାଠୋର୍’ରେ ଅଭିନୟ କରିସାରିଛନ୍ତି । ଦୀର୍ଘ ୬ବର୍ଷ ପରେ ପୁଣିଥରେ ଉଭୟଙ୍କୁ ଏକାଠି ଦେଖିବେ ଦର୍ଶକ । ତେବେ ‘ଉଡ୍ତା ପଞ୍ଜାବ’ ପରେ ଦଲ୍ଜୀତ୍ଙ୍କର କରୀନାଙ୍କ ସହ ଏହା ଦ୍ୱିତୀୟ ଫିଲ୍ମ ।

Leave A Reply

Your email address will not be published.