ରାତି ୮ ଯାଏ ସାବଧାନ : ୧୩ ଜିଲ୍ଲାକୁ ଜାରୀ ହେଲା ଭର୍ଷା,ପବନ ଓ ବଜ୍ରପାତର ଜରୁରୀ ସୂଚନା

ଭୁବନେଶ୍ବର  : ବାହାରକୁ ଯାଉଛନ୍ତି କି ? ରାତି ଆଠ ଯାଏ ସାବଧାନ । ବର୍ଷା ପବନ ସହ ବଜ୍ରପାତର ଜରୁରୀ ସୂଚନା ଜାରି କରିଛି ପାଣି ପାଗ ବିଭାଗ । ୧୩ ଜିଲ୍ଲାରେ ଘଡ ଘଡି ସହ ବର୍ଷା ପବନ ହେବ । ବଜ୍ରପାତ ହେବାର ସମ୍ଭାବନା ରହିଛି । ବାହାରକୁ ବାହାରୁଥିଲେ ସତର୍କ ରହିବାକୁ ପରାମର୍ଶ ଦେଇଛି ପାଣି ପାଗ ବିଭାଗ । ଜଗତସିଂହପୁର, ଢେଙ୍କାନାଳ, ଅନୁଗୋଳ, ବାଲେଶ୍ୱର, କନ୍ଧମାଳ, ଦେବଗଡ଼, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ଭଦ୍ରକ, କେନ୍ଦୁଝର, ମୟୂରଭଂଜ, ଯାଜପୁର ଓ କଟକ। ଏସବୁ ଜିଲ୍ଲାର ଲୋକଙ୍କୁ ରାତି ୮ଟା ପର୍ଯ୍ୟନ୍ତ ସତର୍କ ରହିବାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ୱର ପକ୍ଷରୁ ସତର୍କ କରାଯାଇଛି।

Leave A Reply

Your email address will not be published.