ଜୟପୁର : ଫେସବୁକରୁ ପ୍ରେମ,ବାସ ତା ପରେ ବିବାହ । ଆଉ ବାହାଘର ତିନି ମାସ ପରେ ଅସଲ ରୁପ ଦେଖାଇଲେ ଶାଶୁ ଘର ଲୋକେ । ନୂଆ ବୋହୁ ଉପରେ ଆରମ୍ଭ କଲେ ନିର୍ଯ୍ୟାତନା । ଏମିତିକି ଘରୁ ବାହର କରିଦଲେ ନବ ବିବାହିତା ମହିଳାଙ୍କୁ । ଏମିତିିକି ଯାହାକୁ ପ୍ରେମ କରି ବିବାହ କରିଥିଲେ ସେ ବି ସାଥ ଦେଲେନି । ଶାଶୁ- ଶଶୁରଙ୍କ ସହ ମିଶି ସିଏ ବି ଡିହ୍ନି ନାହାନ୍ତି ବୋଲି କହିଲେ । ଶେ ।ରେ ବାଧ୍ୟ ହୋଇ ପୋଲିସର ଆଶ୍ରୟ ନେଲେ ମହିଳା । ପୋଲିସ ପ୍ରଥମେ ପାରିବାରିକ ମାମଲାରେ ଆଲୋଚନା କରି ସମାଧାନ କରିବାକୁ ଚେଷ୍ଟା କରିଥିଲା । ହେଲେ ନିଜ ବୋହୁକୁ ଶାଶୁ -ଶଶୁରତ ଚିହ୍ନି ନାହାନ୍ତି ବୋଲି କହିଲେ ସ୍ୱାମୀ ବି କହିଲେ ସେ ମହିଳାଙ୍କୁ ଜାଣି ନାହାନ୍ତି । ବାଧ୍ୟ ହୋଇ ପୀଡିତା ପୋଲିସରେ ଏତଲା ଦେଲେ । ଗଣ ମାଧ୍ୟମରେ ଚର୍ଚ୍ଚାକୁ ଆସିଥିବା ଏମିତି ଘଟଣା ଘଟିଛି ଜୟୀପୁରରେ ।
ଅଭିଯୋଗ ଅନୁସାରେ ବିବାହର ଦେଢ଼ ବର୍ଷ ପୂର୍ବରୁ ପୀଡ଼ିତାଙ୍କ ତାଙ୍କ ସ୍ୱାମୀଙ୍କୁ ଫେସ୍ବୁକ୍ ମାଧ୍ୟମରେ ଦେଖିବା ସହ ପ୍ରେମ କରି ବସିଥିଲେ ।ଦୁଇ ଜଣଙ୍କ ମଧ୍ୟରେ ପ୍ରେମ ସଂପର୍କ ଆରମ୍ଭ ହେବା ପରେ ପରିବାର ଲୋକଙ୍କୁ ଜଣାଇ ଡ଼ିସେମ୍ବର ୯, ୨୦୧୭ରେ ଦୁହେଁ ବିବାହ କରି ନେଇଥିଲେ । କିନ୍ତୁ ବିବାହର ୩ମାସ ପରେ ଶାଶୁ-ଶ୍ୱଶୁର ସେମାନଙ୍କ ଉପରେ ଅତ୍ୟାଚାର କରିବା ଆରମ୍ଭ କରିଥିଲେ । ଯାହା ପରେ ସ୍ୱାମୀ-ସ୍ତ୍ରୀ ବାହାରେ ଯାଇ ରହିବାକୁ ଲାଗିଥିଲେ । ଅଗଷ୍ଟ ୧୮ରେ ପୀଡ଼ିତାଙ୍କ ସ୍ୱାମୀ ହଠାତ୍ ତାଙ୍କୁ ଭଡ଼ା ଘରେ ଛାଡ଼ି ଚାଲି ଆସିଥିବା ବେଳେ ଆଉ ଫେରି ନଥିଲେ । ଯାହାର କାରଣ ଜାଣିବା ପାଇଁ ପୀଡ଼ିତା ଶାଶୁଘରେ ପହଞ୍ଚିବା ପରେ ତାଙ୍କୁ ଘର ଭିତରକୁ ଯିବାକୁ ଦେଇ ନଥିଲେ ଶାଶୁ-ଶ୍ୱଶୁର । ଏହା ସହ ତାଙ୍କୁ ଚିହ୍ନିବାକୁ ମଧ୍ୟ ଶାଶୁ-ଶ୍ୱଶୁର ମନା କରି ଦେଇଥିଲେ
