ସ୍ୱାମୀ ଯଦି ଛାଡପତ୍ର ଦେଇ ପ୍ରେମିକା ରଖିପାରିବେ ତେବେ ସ୍ତ୍ରୀ କାହିଁକି ପ୍ରେମିକ ରଖିବେନି, ବଲିଉଡର କିଏ ଓ କାହିଁକି କହିଲେ ଏମିତି
ପ୍ରେମ ଓ ଛାଡପତ୍ରକୁ ନେଇ ଚର୍ଚାରେ ଥିବା ଅଭିନେତ୍ରୀ ମଲ୍ଲାଇକା ପୁଣି ଥରେ ତାଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । ମଲାଇକା ଏମିତି ମନ୍ତବ୍ୟ ଦେିଛନ୍ତି ଯାହା ବି- ଟାଉନରେ ଚର୍ଚ୍ଚାର ବିଷୟ ହୋଇଛି । କିଛି ଦିନ ହେଲା ମଲ୍ଲାଇକା ଓ ଅର୍ଜୁନଙ୍କ ଭିତରେ ଥିବା ପ୍ରେମ ସଂପର୍କ ସାମନ୍ନାକୁ ଆସିବା ପରେ ଦୁହେଁ ସଂପର୍କ ଯୋଡିବେ ବୋଲି ଚର୍ଚ୍ଚା ହେଉଥିଲା । ହେଲେ କିଛିମାସ ହେଲା ଦୁହେଁ ଅଲଗା ରହୁଥିଲେ । କିନ୍ତୁ ଏବେ ଦୁହେଁ ପୁଣି ଥରେ ବିବାହ କରିବେ ବୋଲି ପୁଣି ଶୁଣିବାକୁ ମିଳିଲାନି ।
ମଲ୍ଲାଇକାଙ୍କ ଏପେରି ନିଷ୍ପତି କାଳେ ଅର୍ବଜଙ୍କ ଲାଗି ନେଇଥିବା କୁହାଯାଇଛି । କାହିଁକି ନା ଅର୍ବାଜ ଏବେ ନିଜ ପ୍ରେମିକା ଜର୍ଜିଆଙ୍କୁ ବିବାହ କରିବେ ବୋଲି ଖୋଲା ଖୋଲି କହିଲେଣି । ଏହାକୁ ଶୁଣି ମଲ୍ଲିକା କହିଛନ୍ତୁ ଅର୍ବାଜ ଯଦି ବିବାହ କରି ଛାଡ ପତ୍ର ଦେଇ ଆଉ ଜଣେ ପ୍ରେମିକା ରଖିପାରିବେ ତେବେ ମୁଁ କାହିଁକି ସ୍ୱାମୀଙ୍କୁ ଛାଡିବା ପରେ ।ଉ ଜଣଙ୍କୁ ବାହା ହୋଇ ପାରିବିନି । ଏହି ଯୁକ୍ତିରେ ଅର୍ଜୁନଙ୍କ ସହ ପୁଣି ମିଳାମିଶା ଆରମ୍ଭ କରିଛନ୍ତି ମଲ୍ଲାଇକା ।
ସୂଚନା ଥାଉକି ବୋନି କପୁରଙ୍କ ହସ୍ତକ୍ଷେପ ପରେ ଅର୍ଜୁନ ଓ ମଲ୍ଲାଇକାଙ୍କ ଭିତରେ ଦୂରତା ବଢିଥିଲା । ହେଲେ ଏବେ ଅରବାଜ ମଲ୍ଲିକାଙ୍କୁ ଛାଡି ନିଜ ପ୍ରେମିକାଙ୍କୁ ବାହା ହେବାକୁ ନିଷ୍ପତି ନେିଥିବା ଜାଣିବା ପରେ ଅବାଜଙ୍କ ପତ୍ନି ଭାବେ ଛାଡପତ୍ର ପାଇଥିବା ମଲ୍ଲାଇକା ନିଜ ନୂଆ ପ୍ରେମିକ ଅର୍ଜୁନଙ୍କ ସହ ସଂପର୍କ ବଢାିଛନ୍ତି । ପ୍ରଶ୍ନ ଉଠାଇଛନ୍ତି ସ୍ୱାମୀ ଯଦି ଛାଡପତ୍ର ଦେଇ ପ୍ରେମିକା ରଖିପାରିବେ ତେବେ ସ୍ତ୍ରୀ କାହିଁକି ପ୍ରେମିକ ରଖିବେନି ।
sut
