ବ୍ରହ୍ମପୁର : ରାଜ୍ୟ ସରକାରଙ୍କ ‘୫- ଟି’ ସଚିବ ଭି କେ ପାଣ୍ଡିଆନ ଆଜି ଭୋରୁ ଗଞ୍ଜାମ ଜିଲ୍ଲା ଗସ୍ତ କରିଛନ୍ତି । ଗଞ୍ଜାମ ଗସ୍ତ ସମୟରେ ପ୍ରସିଦ୍ଧ ତାରାତାରିଣୀ ପୀଠକୁ ଆକସ୍ମିକ ପରିଦର୍ଶନରେ ଆସି ମାଆ ତାରତାରିଣୀଙ୍କ ଦର୍ଶନ କରିବା ସହ ମନ୍ଦିରର ଉନ୍ନୟନ କାମ ସମ୍ପର୍କରେ ସମୀକ୍ଷା କରିଥିଲେ । ଏଥିସହ ଋଷିକୁଲ୍ୟା ନଦୀର ଉନ୍ନତୀକରଣ କରାଯିବ ବୋଲି କହିଛନ୍ତି । ‘୫- ଟି’ ସଚିବ ଭି କେ ପାଣ୍ଡିଆନ ଏନେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ସହ ବି ଆଲୋଚନା କରିଥିବା ଜଣାଯାଇଛି ।

ପରେ ସେଠାରୁ ହିଞ୍ଜିଳି ବ୍ଲକର ସମସ୍ତ ସ୍କୁଲ ଓ ପୌରାଞ୍ଚଳ ପରିଦର୍ଶନରେ ଯାଇଥିଲେ ୫ଟି ସଚିବ । ଏଠାରେ ସ୍କୁଲ ଓ ପଞ୍ଚାୟତରେ ଥିବା ପିଇବା ପାଣି ସମସ୍ୟା, ଶିକ୍ଷା, ରାସ୍ତା, ବିଦ୍ୟୁତ୍ ଓ ସ୍ୱାସ୍ଥ୍ୟ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ।
‘୫- ଟି’ ସଚିବଙ୍କ ଏହି ଗସ୍ତରୁ ଆଶା କରାଯାଉଛି ଯେ ଆଗାମୀ ଦିନରେ ତାରାତାରିଣୀ ମନ୍ଦିରର ବିକାଶ ଲାଗି ବ୍ୟବସ୍ଥା କରାଯିବ ।
