ବେଜିଂ: କୋରୋନା ଭାଇରସ୍ ଦିନକୁ ଦିନ ଲୋକଙ୍କ ମୁଣ୍ଡ ନେବାରେ ଲାଗିଛି । ତେବେ ଏହି ଭାଇରସ୍ ଫଳରେ ବର୍ତମାନ ସୁଦ୍ଧା ୧୭୦ ଜଣ ପ୍ରାଣ ହରାଇଥିବା ଜଣାପଡିଛି । ଚୀନ୍ରେ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୭,୭୦୦ରେ ପହଂଚିଛି ଏବଂ ଦୁଇ ଦିନ ମଧ୍ୟରେ ଏହା ୯ ହଜାର ଟପିଯିବ ବୋଲି ଆଶଙ୍କା କରାଯାଉଛି। ଚୀନ୍ର ହୁୱେଇ ପ୍ରଦେଶ ସବୁଠୁ ଅଧିକ ପ୍ରଭାବିତ ଅଂଚଳ ହୋଇଥିବାରୁ ଏହି ପ୍ରଦେଶର ସମସ୍ତ ସହର ଅଚଳ ହୋଇଯାଇଛି। ଚୀନ୍ର ୧୭ ସହରରେ ସ୍ଥିତି ଅସମ୍ଭାଳ ରହିଛି । କେବଳ ହୁୱେଇ ପ୍ରଦେଶରେ କରୋନ ଭାଇରସ୍ ଯୋଗୁଁ ୧୬୨ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୪,୫୮୬ ଜଣ ଭାଇରସ୍ ଆକ୍ରାନ୍ତଙ୍କୁ ଚିକିତ୍ସା ଚାଲିଛି । ହଂକଂରେ ଏ ପର୍ଯ୍ୟନ୍ତ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ମାକାଓ ସ୍ବତନ୍ତ୍ର ପ୍ରାଶାସନିକ କ୍ଷେତ୍ରରେ ୭ ଜଣ ଏବଂ ତାଇୱାନ୍ରେ ୮ ଜଣଙ୍କର ଭାଇରସ୍ ଯୋଗୁଁ ମୃତ୍ୟୁ ହୋଇଛି। ଚୀନ୍ ନାଗରିକଙ୍କୁ ବାଦଦେଲେ ପ୍ରାୟ ୭୫ ଜଣ ବିଦେଶୀ ନାଗରିକ ଭାଇରସ୍ ଆକ୍ରାନ୍ତ ଥିବା ଜଣାପଡ଼ିଛି। ବିଶ୍ବବ୍ୟାପୀ କରୋନା ଭାଇରସ୍ ନେଇ ଭୟ ବଢ଼ିଚାଲିଛି।
