କେନ୍ଦ୍ରର ଆୟୂଷ୍ମାନ୍ ଯୋଜନାକୁ ରାଜ୍ୟର ନା

ଭୁବନେଶ୍ବର : କେନ୍ଦ୍ରର ଆୟୂଷ୍ମାନ୍ ଯୋଜନା ବନାମ ରାଜ୍ୟର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା । ଆୟୂଷ୍ମାନ୍ ଯୋଜନାକୁ ନା କରି ରାଜ୍ୟ ସରକାର ବିଜୁ ସ୍ବାସ୍ଥ୍ୟ ଯୋଜନା ଲାଗୁ କରିବାକୁ ନିଷ୍ପତ୍ତି ନେବା ପରେ ଦେଖା ଦେଇଛି ବିବାଦ । ରଜ୍ୟ ସରକାରଙ୍କ କହିବା କଥା, ଯେହେତୁ ଆୟୂଷ୍ମାନ ଯୋଜନାରେ ପାଖାପାଖି ୯ ଲକ୍ଷ ପରିବାର ସାମିଲ ହୋଇପାରୁ ନାହାନ୍ତି, ସେଥିପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଲାଗୁ କରାଯିବ । ଯେଉଁଥିରେ ୭୦ ଲକ୍ଷ ପରିବାର ସାମିଲ ହେବେ ବୋଲି ସରକାର କହୁଥିବା ବେଳେ ଆରମ୍ଭ ହୋଇଛି ବିବାଦ ।

କେନ୍ଦ୍ରର ଆୟୂଷ୍ମାନ ଯୋଜନାକୁ ନା କହି ରାଜ୍ୟ ସରକାର, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଘୋଷଣା କରିବା ପରେ ତେଜିଛି ବିବାଦ । ଆୟୂଷ୍ମାନ ୟୋଜନାରେ ଦେଶର ସବୁ ପରିବାରକୁ ସ୍ବାସ୍ଥ୍ୟ ସହାୟତା ଯୋଗାଇ ଦେବାକୁ ଗତ ବଜେଟରେ ଘୋଷଣା କରିଥିଲେ କେନ୍ଦ୍ର ସରକାର । ଯୋଜନା ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ୪୮ ଲକ୍ଷ ଏବଂ ପରେ ଆଉ ୧୩ ଲକ୍ଷ, ଏମିତି ୬୧ ଲକ୍ଷ ପରିବାର ସ୍ବାସ୍ଥ୍ୟ ସହାୟତା ପାଇଥାନ୍ତେ । ତେବେ ୨୦୧୧ ଜନଗଣନା ଅନୁଯାୟୀ ଯୋଜନା ଲାଗୁ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିବା ବେଳେ ଓହରି ଯାଇଛନ୍ତି ରାଜ୍ୟ ସରକାର । ଯାହାକୁ ବିରୋଧୀ ସମାଲୋଚନା କରିଛନ୍ତି ।

ରାଜ୍ୟ ସରକାରଙ୍କ କହିବା କଥା, ଆୟୂଷ୍ମାନ ଯୋଜନାରେ କେନ୍ଦ୍ର ୬୦ ପ୍ରତିଶତ ଓ ରାଜ୍ୟ ୪୦ ପ୍ରତିଶତ ଅର୍ଥ ବହନ କରିବେ । ୨୦୧୧ ଜନଗଣନା ଆଧାରରେ ଏହା କରିବା ଦ୍ବାରା ରାଜ୍ୟର ୯ ଲକ୍ଷ ପରିବାର ବାଦ୍ ପଡ଼ିବେ । ତେଣୁ କେନ୍ଦ୍ରୀୟ ଯୋଜନାରେ ସାମିଲ ନହୋଇ ରାଜ୍ୟର ୭୦ ଲକ୍ଷ ପରିବାକୁ ସ୍ବାସ୍ଥ୍ୟ ସୁରକ୍ଷା ଯୋଗାଇ ଦେବେ ରାଜ୍ୟ ସରକାର । ଯେଉଁଥି ପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ କରିଛନ୍ତି ।

ଆସନ୍ତା ଅଗଷ୍ଟ ୧୫ ତାରିଖରୁ କେନ୍ଦ୍ର ସରକାର ପ୍ରଥମ ପର୍ଯ୍ୟାୟ ଆୟୂଷ୍ମାନ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି । ତେବେ ବଜେଟରେ ବ୍ୟୟ ବରାଦ ନକରି ରାଜ୍ୟ ସରକାର, କେମିତି କରିବେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ।

 

Leave A Reply

Your email address will not be published.