ଦିଲ୍ଲୀରେ କେନ୍ଦ୍ରୀୟ ଅନୁଦାନ ସମ୍ପର୍କୀରେ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ :  ଦିଲ୍ଲୀ ଓଡ଼ିଶା ଭବନରେ କେନ୍ଦ୍ରୀୟ ଅନୁଦାନ ସମ୍ପର୍କୀତ ବୈଠକ ଶେଷ ହୋଇଛି । କେନ୍ଦ୍ରରେ ବାକି ପଡିଥିବା ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ମୁଖ୍ୟ ଆବାସିକ କମିଶନର ସୁନୀଲ ଭାର୍ଗବଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚଳିତ ଆର୍ଥିକ ବର୍ଷ ଶେଷ ହେବାକୁ ମାସେ ଥିବା ବେଳେ ଏପର୍ଯ୍ୟନ୍ତ କେନ୍ଦ୍ର ବକେୟା ଟଙ୍କା ଦେଇନଥିବା ନବୀନ ଅଭିଯୋଗ କରିଛନ୍ତି । କେନ୍ଦ୍ର ୬ ହଜାର ୪ ଶହ କୋଟି ଟଙ୍କା ବାକି ରଖିଛି । ଏଥିରେ ଗୃହ ନିର୍ମାଣ ପାଇଁ ୧ ହଜାର କୋଟି, ସ୍ବାସ୍ଥ୍ୟ ପାଇଁ ୩୭୫ କୋଟି, ନରେଗା ଯୋଜନାରେ ୪୦୦ କୋଟି, କୃଷି ପାଇଁ ୬୫୦ କୋଟି, ପାନୀୟ ଜଳ ପାଇଁ ୧୦୦ କୋଟି ବାକି ରହିଛି  । ଏହା ସହ ସ୍ମାର୍ଟ ସିଟି ପାଇଁ ୨୦୦ କୋଟି ଟଙ୍କାରୁ ମାତ୍ର ୬ କୋଟି ଟଙ୍କା ମିଳିଥିବା ନବୀନ କହିଛନ୍ତି ।

Leave A Reply

Your email address will not be published.