ମାଉନଗାଓନି : ନ୍ୟୁଜିଲାଣ୍ଡକୁ ହରାଇ ସିରିଜ ଉପରେ କବଜା କଲା ଭାରତ । ନ୍ୟୁଜିଲାଣ୍ଡ ବିପକ୍ଷରେ ୫ ଟିକିଆ ଦିନିକିଆରେ ୩-୦ରେ ଆଗୁଆ ରହିଛି ବିରାଟ ବାହିନୀ । ଟିମ ଇଣ୍ଡିଆ ଦମଦାର ପ୍ରଦର୍ଶନ କରି କିୱି ଟିମକୁ ଧରାଶାୟୀ କରିଛି । ମାତ୍ର ୩ ୱିକେଟ୍ ହରାଇ ୪୩ ଓଭରରେ ଲକ୍ଷ୍ୟ ହାସଲ କରି ନେଇଛି ମେନ୍ ଇନ୍ ବ୍ଲ୍ୟୁ । ୨୪୩ ରନ କୁ ପିଛା କରୁଥିବା ଭାରତ ସହଜ ବିଜୟ ହାସଲ କରିଛି । ପ୍ରଥମେ ଟସ ଜିତି ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ଦଳକୁ ଭାରତର ବୋଲର ୨୪୩ ରନରେ ସୀମିତ ରଖିଥିଲେ । ମହମ୍ମଦ ସାମି ୩ଟି ୱିକେଟ ନେଇଥିବା ବେଳେ ଭୁବନେଶର ୨ ଟି, ଚହଲ ୨ ଟି, ପାଣ୍ଡ୍ୟା ୨ ଟି ୱିକେଟ ନେଇଥିଲେ ।ସେହିପରି ଭାରତ ପକ୍ଷରୁ ରୋହିତ ଶର୍ମା ୬୨, କୋହଲି ୬୦ ରନ କରିଛନ୍ତି । ନ୍ୟୁଜିଲାଣ୍ଡ ର ରସ୍ ଟେଲର ସର୍ବାଧିକ ୯୩ ରନ କରିଥିଲେ ।
