ଭୁବନେଶ୍ୱର : ଶାଳପତ୍ର ସଂଗ୍ରହକାରୀଙ୍କ ଲାଗି ଖୁସି ଖବର । ସେମାନଙ୍କୁ ଆଉ ଶାଳ ପତ୍ରରେ ସରକାରଙ୍କୁ ରୟାଲିଟି ଦେବାକୁ ପଡିବ ନାହିଁ । ରାଜ୍ୟ ସରକାର ଏହି ଘୋଷଣା କରିଛନ୍ତି । ରୟାଲିଟ ଛାଡ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏହା ଦ୍ୱାରା ରାଜ୍ୟର ୨୫ ଲକ୍ଷ ଶାଶପତ୍ର ସଂଗ୍ରହକାରୀ ଶ୍ରମିକ ଉପକୃତ ହେବେ ।
ବନଜାତ ଦ୍ରବ୍ୟ ଉପରେ ରାଜ୍ୟ ସରକାର ରୟାଲିଟି ନେଇ ଥାଆନ୍ତି । ଏହି କ୍ରମରେ ଜଙ୍ଗଲରୁ ଶାଳପତ୍ର ସଂଗ୍ରହ କରୁଥିବା ଶ୍ରମିକମାନଙ୍କୁ କ୍ୱଇଣ୍ଟାଲ ପିଛା ୮୬ଟଙ୍କା ସରକାରଙ୍କୁ ଦେବାକୁ ପଡ଼ିଥାଏ । ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶାଳପତ୍ର ଉପରେ ଲାଗୁ ହୋଇଥିବା ରୟାଲିଟିକୁ ଛାଡ଼ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ରାଜ୍ୟର ଶାଳପତ୍ର ଶ୍ରମିକଙ୍କ ମହଲରେ ଆନନ୍ଦ ଖେଳାଇ ଦେଇଛି ।
