ଭୁବନେଶ୍ବର : ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ ତଦନ୍ତ କମିଶନ ନିଯୁକ୍ତ କଲେ ରାଜ୍ୟ ସରକାର । ଜଷ୍ଟିସ ରଘୁବୀର ଦାସଙ୍କୁ ତଦନ୍ତ କମିଶନ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ହେଉଛନ୍ତି ଜଷ୍ଟିସ ରଘୁବୀର ଦାସ । ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ଚାବି କେଉଁଠି ଥିଲା ଚାବି ନମିଳିବା କାରଣ କଣ । ଏଥିପାଇଁ କିଏ ଦାୟୀ ସେନେଇ କମିଶନ ତଦନ୍ତ କରିବେ । କମିଶନ ତିନି ମାସ ଭିତରେ ତାଙ୍କ ରିପୋର୍ଟ ଦେବେ ବୋଲି ପୂର୍ବରୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି ।
