ରତ୍ନଭଣ୍ଡାର ଚାବି ହଜିବା ଘଟଣାର ସିବିଆଇ ତଦନ୍ତ ପାଇଁ  ହାଇକୋର୍ଟରେ ମାମଲା ରୁଜୁ  

କଟକ : ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣାର ସିବିଆଇ ତଦନ୍ତ ପାଇଁ  ହାଇକୋର୍ଟରେ ଜନସ୍ବାର୍ଥ  ମାମଲା ରୁଜୁ ହୋଇଛି । ଆଇନଜୀବୀ ଦିଲ୍ଲୀପ ମହାପାତ୍ରଙ୍କ ପକ୍ଷରୁ ହାଇକୋର୍ଟରେ ମାମଲା ରୁଜୁ ହୋଇଛି । ରତ୍ନଭଣ୍ଡାର ଚାବି ହଜିବା ଘଟଣାର ସିବିଆଇ ତଦନ୍ତ ପାଇଁ  ପିଟିସନ ଦେଇଛନ୍ତି  ଆବେଦନକାରୀ । ଏପ୍ରିଲ ୪ ତାରିଖରେ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରତ୍ନଭଣ୍ଡାର ଯାଞ୍ଚ କରାଯାଇଥିଲା । ହେଲେ ଚାବି ନଥିବାରୁ ବାହାର ରତ୍ନଭଣ୍ଡାର ସ୍ଥିତି ଅନୁଧ୍ୟାନ କରି ଫେରି ଆସିଥିଲେ ଯାଞ୍ଚକାରୀ ଟିମ୍ । ମନ୍ଦିର ପ୍ରଶାସନ ଭୁଲ୍ ଚାବି ଦେଇଥିବା ଯାଞ୍ଚ ଟିମ୍ ସଦସ୍ୟ କହିଥିଲେ । ଫଳରେ ଯାଞ୍ଚ୍ ଟିମ୍ ବାହାରୁ ରତ୍ନଭଣ୍ଡାରର ସ୍ଥିତି ଅନୁଧ୍ୟାନ କରି ଫେରିଥିଲା । ଯାହାକୁ ନେଇ ସେବେଠାରୁ ଅସନ୍ତୋଷ ବଢିବାରେ ଲାଗିଛି । ରତ୍ନ ଭଣ୍ଡାର ଭିତରେ ଥିବା କୋଟି କୋଟି ଟଙ୍କା ମୂଲ୍ୟର ଅଳଙ୍କାର ଏବଂ ତାର ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ ଉଠିଛି । ରାଜ୍ୟ ସରକାର ଘଟଣାର ତଦନ୍ତ ଲାଗି ବିଚାର ବିଭାଗୀୟ ତଦନ୍ତ ନିର୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.