ଭୁବନେଶ୍ବର : ପୁଞ୍ଜି ନିବେଶ ଲାଗି କାହାର ଦରଦ କେତେ । ତାକୁ ନେଇ ଆରମ୍ଭ ହୋଇଛି ପ୍ରତିଯୋଗିତା । ରାଜ୍ୟ ସରକାର ମେକ ଇନ ଓଡିଶା କନକ୍ଲେଭ କରି ପୁଞ୍ଜି ପତି ମାନଙ୍କୁ ଓଡିଶାକୁ ଡାକୁଛନ୍ତି । ସେପଟେ କେନ୍ଦ୍ର ପଟ୍ରୋଲିୟମ ମନ୍ତ୍ରଣାଳୟ ବି ଓଡିଶାରେ ପୁଞ୍ଜି ନିବେଶ ବଢାଇବାକୁ କନକ୍ଲେଭ ଆୟୋଜନ କରୁଛି । ରାଜ୍ୟ ସରକାର ବିଦେଶରେ ମେକ୍ଇନ ଓଡିଶା ପ୍ରମୋସନ କରି ଫେରିବା ବେଳକୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଇଓସିଏଲ ପକ୍ଷରୁ ଗୁଜୁରାଟର ସୁରଟରେ ଶିଳ୍ପପତିଙ୍କୁ ଭେଟି ଓଡିଶାରେ ଟେକ୍ ଷ୍ଟାଇଲ ଓ ପ୍ଲାଷ୍ଟିକ ସେକ୍ଟରେ ଇନଭେଷ୍ଟ କରିବାକୁ ଆହ୍ବାନ ଦେଇଛନ୍ତି।
ପୁଞ୍ଜି ନିବେଶକୁ ନେଇ ପ୍ରତିଯୋଗିତା । ଓଡିଶାରେ ଶିଳ୍ପାୟନକ୍ଷେତ୍ରକୁ କାହାର ଅବଦାନ କେତେ ? କାହାର ଆନ୍ତରିକତା ଅଧିକ। ତାକୁ ନେଇ କେନ୍ଦ୍ର ଓ ରାଜ୍ୟ ଭିତରେ ପ୍ରତିଦ୍ବନ୍ଦିତା ଚାଲିଛି । ପରେୋକ୍ଷରେ କହିଲେ ବିଜେପି ଓ ବିଜେଡି ମଧ୍ୟରେ ଏହି ପ୍ରତିଯୋଗିତା ରାଜ୍ୟକୁ ଶିଳ୍ପ ପତିଙ୍କୁ ଆକୃଷ୍ଟ କରିବାକୁ ରାଜ୍ୟ ସରକାର ଆୟୋଜନ କରୁଛନ୍ତି ମେକ୍ ଇନ ଓଡିଶା କନକ୍ଲେଭ । ସେପଟେ କେନ୍ଦ୍ର ପେଟ୍ରୋଲିୟମ ବିଭାଗ ବି ଇନଭେଷ୍ଟର ମିଟ କରି ଓଡିଶାକୁ ଶିଳ୍ପପତିଭ୍କୁ ମନାଉଛି । ଗୁଜୁରାଟର ସୁରଟରେ ପେଟ୍ରୋଲିୟ ମନ୍ତ୍ରଣାଳୟ ଓଡିଶାରେ ଟେକଷ୍ଟାଇଲ ଓ ପଲିମର ଶିଳ୍ପରେ ପୁଞ୍ଜିପତିଙ୍କୁ ଆକୃଷ୍ଟ କରିବାକୁ ଆୟୋଜନ କରିଥିଲା ଇନଭେଷ୍ଟର ମିଟ । କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡିଶାରେ ପ୍ଲାଷ୍ଟିକ ଓ ଟେକଷ୍ଟାଇଲ କ୍ଷେତ୍ରରେ ପୁଞ୍ଜି ନିବେଶ କରିବାକୁ ଶିଳ୍ପ ପତିଙ୍କୁ ଭେଟି ଆଲୋଚନା କରିଛନ୍ତି ।
ରାଜ୍ୟରେ ଶିଳ୍ପାୟନକୁ ଆଗକୁ ନେବାକୁ ରାଜ୍ୟ ସରକାର ଆୟୋଜନ କରୁଛନ୍ତି ମେକଇନ ଓଡିଶା କନକ୍ଲେଭ । ଶିଳ୍ପପତିଙ୍କୁ ମନେଇବାକୁ ରାଜ୍ୟ ବାହାରେ ଓ ବିଦେଶରେ ରୋଡସୋ ଓ ଇନଭେଷ୍ଟର ମିଟ କରୁଛନ୍ତି ରାଜ୍ୟ ସରକାର । ମୁମ୍ବାଇରେ ମେକଇନ ଓଡିଶା ରୋଡ ସୋ ଓ ଶିଳ୍ପତିଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଲୋଚନା କରିବା ପରେ ଶିଳ୍ପ ମନ୍ତ୍ରୀ ବିଦେଶ ଗସ୍ତ କରି ଶିଳ୍ପପତିଙ୍କୁ ବୁଝାଇଛନ୍ତି । ଚୀନ,ଜାପାନ ଓ ଦକ୍ଷିଣ କୋରିଆରେ ଶିଳ୍ପ ପତିଙ୍କ ସହ ଆଲୋଚନା ସାରି ଗସ୍ତ ସାରି ଫେରିଛନ୍ତି ଶିଳ୍ପ ମନ୍ତ୍ରୀ । । ଷ୍ଟିଲ, ଟୁରିଜିମ,ଟେକଷ୍ଟାଇଲ, ଫୁଡ ପ୍ରୋସେସିଙ୍ଗ, ଆଦିକ୍ଷେତ୍ର ରେ ପୁଞ୍ଜି ନିବେଶ ଲାଗି ଆଗ୍ରହ ପ୍ରକାଶ ପାଇଥିବା ଶିଳ୍ପମନ୍ତ୍ରୀ କହିଛନ୍ତି। କେନ୍ଦ୍ରମନ୍ତ୍ରୀ ସୁରଟରେ କରୁଥିବା ଇନଭେଷ୍ଟର ମିଟ ସଂପର୍କରେ ତାଙ୍କ ପାଖରେ ଖବର ନାହିଁ ବୋଲି କହିଛନ୍ତି।
ରାଜ୍ୟରେ ଶିଳ୍ପ ବିକାଶ କଥା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନାରା ଦେୁଛନ୍ତି । ଶିଳ୍ପ ପତିଙ୍କୁ ରାଜ୍ୟକୁ ଡାକୁଛନ୍ତି ସତ । ହେଲେ ଦେଶର ଅନ୍ୟଭାଗ ତୁଳନାରେ ଓଡ଼ିଶାରେ ଶିଳ୍ପର ବିକାଶ ଏବେବି ନଗଣ୍ୟ ରହିଛି।
