ଭଦ୍ରକ : ଜଣେ ଜେଲରଙ୍କ ପ୍ରମରେ ପଡି ଅଡୁଆରେ ପଡିଛନ୍ତି ଜଣେ ଇଞ୍ଜିନିୟରିଂ ଛାତ୍ରୀ । ଏମିତିକି ଜେଲର ବିବାହିତ ଓ ତାଙ୍କ ଦୁଇ ସନ୍ତାନ ଅଛନ୍ତି ନଜାଣି ପ୍ରେମରେ ନସର ପସର ହେଇଥିଲେ ଛାତ୍ରୀ ଜଣଙ୍କ । କେବଳ ନସର ପସର ହେଉ ନଥିଲେ ,ପ୍ରେମରେ ଏମିତି ଟୁବିଥିଲେ ଯେ, ନିଜକୁ ଜେଲରଙ୍କ ପତ୍ନୀ ବୋଲି ପରିଚୟ ଦେଇ ମନ୍ଦିରରେ ବିବାହ କରି ଏକାଠି ରହୁଥିଲେ । ହେଲେ ଏବେ ଜେଲର ପ୍ରେମିକ ଧୋକା ଦେଇଥିବା ଅଭିଯୋଗ କରିଛନ୍ତି ଛାତ୍ରୀ ।
ଘଟଣା ଘଟିଛି ଭଦ୍ରକରେ, ଏନେଇ ଭଦ୍ରକ ଥାନ ଏତଲା ଦେଇଛନ୍ତି ଧୋକା ଖାଇଥିବା ଇଞ୍ଜିନିୟରିଂ ଛାତ୍ରୀ ।
ଖବର ଅନୁସାରେ ଧୋକା ଖାଇଥିବା ଛାତ୍ରୀ ଜଣଙ୍କ ବାଲେଶ୍ୱରର ଏକ ଇଂଞ୍ଜିନିୟରିଂ କଲେଜରେ ମେକାନିକାଲରେ ବିଟେକ କରୁଥିଲେ । ତାଙ୍କ ଘର କେନ୍ଦ୍ରାପଡା ଅଞ୍ଚଳରେ । ପ୍ରେମରେ ଧୋକା ଖାଇଥିବା ଛାତ୍ରୀ ଫେସବୁକରେ ଭଦ୍ରକ ଜେଲର ଚିନ୍ମୟପାତ୍ରଙ୍କ ସହ ବନ୍ଧୁତାରୁ ପ୍ମେମ କରିବା ଆରମ୍ଭ କରିଥିଲେ । ଏମିତିକି ଛାତ୍ରୀଙ୍କ ପରିବାର ଲୋକେ ମଧ୍ୟ ଜେଲରଙ୍କୁ ନିଜର ଆପଣାର କରିଥିଲେ । ଏହାର ସୁଯୋଗ ନେଇ ଦୁହେଁ ମନ୍ଦିରରେ ବିବାହ କରି ଅଲଗା ରହୁଥିଲେ । ଚିନ୍ନୟଙ୍କ ପତ୍ନୀ ଓ ଦୁଇ ପିଲା ଥିବା ଜାଣି ନଥିଲେ ଛାତ୍ରୀ ଜଣଙ୍କ । ତେଣୁ ଜେଲରଙ୍କ ମିଠା ମିଠା ପ୍ରତିଶୃତି ପାଇ ପତ୍ନୀ ହେବାକୁ ରାଜି ହୋଇଥିଲେ । ହେଲେ ଏବେ ଧୋକ୍କା ଖାଇବା ଅଭିଯୋଗ କରିଛନ୍ତି ।
ଚିନ୍ମୟ ଓ ଛାତ୍ରୀ ଜଣକ ମୟୁରଭଞ୍ଜ ଜିଲ୍ଲାର ଖିଚିଂ ଦେବୀଙ୍କୁ ସାକ୍ଷୀ ରଖି ବିବାହ କରିଥିଲେ ଓ କରଞ୍ଜିଆରେ ରହୁଥିଲେ। କିନ୍ତୁ ଛାତ୍ରୀଙ୍କୁ ଜଣା ନଥିଲା ଯେ, ଚିନ୍ମୟ ଜଣେ ବିବାହିତ ଓ ତାଙ୍କର ସ୍ତ୍ରୀ ସମେତ ୨ଟି ସନ୍ତାନ ଅଛି। ଏକଦା ଭିଡିଓ କଲିଂ ଆସିବା ପରେ ଛାତ୍ରୀ ଜଣକ ଚିନ୍ମୟଙ୍କ ପ୍ରତି ସନ୍ଦେହ କରିଥିଲେ। କାରଣ ସଂପର୍କରେ ପଚାରି ମଧ୍ୟ ସେ ବିଫଳ ହୋଇଥିଲେ। ସେହିଦିନ ଠାରୁ ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ମତମତାନ୍ତର ଦେଖା ଯାଇଥିଲା। ଚିନ୍ମୟ ଦିନେ ଜୀବନରୁ ମାରିଦେବି ଓ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ କରିଦେବି କହି ଧମକ ଦେବାରୁ ଶେଷରେ ଛାତ୍ରୀ ଜଣକ ଥାନାରେ ଅଭିଯୋଗ କରିଛନ୍ତି।
(ଏହା ସାଙ୍କେତିକ ଫଟୋ )
