ପାରାଦ୍ୱୀପ: ଜଗତସିଂହପୁର ଜିଲ୍ଲାର ପାରାଦ୍ୱୀପ ସମୁଦ୍ର ବେଳାଭୂମିରେ ଶହ ଶହ ଅଲିଭ ରିଡଲେ କଇଁଛଙ୍କ ମୃତହେବ ପଡିରହିଥିବା ଦେଖିବାକୁ ମିଳିଛି । ଏହାଫଳରେ ଚାରିଆଡେ ଦୁର୍ଗନ୍ଧ ହେଉଛି ।
ସୂଚନାଯୋଗ୍ୟ, ଗତ ବର୍ଷ ନଭେମ୍ବର ୧ ତାରିଖରୁ ମଇ ୩୧ ତାରିଖ ପର୍ଯ୍ୟନ୍ତ ସମୁଦ୍ର କୂଳରୁ ୨୦ କିଲୋମିଟର ଦୂର ସମୁଦ୍ର ପର୍ଯ୍ୟନ୍ତ ମାଛଧରା ଉପରେ କଟକଣା ଲାଗିଥିଲେ ସୁଦ୍ଧା ଅନେକ ଟ୍ରଲର ମାଛ ଧରିବାକୁ ଯାଇଥିଲେ। ଟ୍ରଲରଗୁଡ଼ିକ ସହ ଆଘାତପ୍ରାପ୍ତ ହୋଇ କଇଁଛମାନେ ଏଭଳି ମୃତ୍ୟୁବରଣ କରୁଥିବା କୁହାଯାଉଛି | ବିଶେଷ ଭାବେ ବନବିଭାଗ ଓ ମତ୍ସ୍ୟ ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି | ଏହି ଘଟଣା ଏବେ ପାରାଦୀପରେ ଚର୍ଚ୍ଚାର ବିଷୟ ହୋଇଛି।
