ପ୍ରଧାନମନ୍ତ୍ରୀ ନରେନ୍ଦ୍ରଙ୍କ ତାମିଲନାଡୁ ଏବଂ କେରଳ ଗସ୍ତ
ଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାମିଲନାଡୁ ଏବଂ କେରଳ ଗସ୍ତରେ ଯାଇଥିଲେ | କୋଚି ଏବଂ ତ୍ରିଚୁରରେ ସେ ଜନସଭାକୁ ସମ୍ବୋଧିତ କରିଥିଲେ | ମଦୁରାଇରେ ଏମ୍ସ ହସ୍ପିଟାଲର ଶିଳାନ୍ୟାସ ମଧ୍ୟ କରିଥିଲେ ମୋଦି | ତାଞ୍ଜାଭୁରରେ ମେଡିକାଲ କଲେଜରେ ସୁପର ସ୍ପେସିଆଲିଟି ବ୍ଲକର ଶୁଭାରମ୍ଭ କରିଥିଲେ ମୋଦି |
ତ୍ରିସୁରରେ ମୋଦି ବିରୋଧୀ ଦଳ ନେତାଙ୍କ ଉପରକୁ ତୀକ୍ଷ୍ଣ ତୀର ମାରିଥିଲେ |
ସେ କହିଥିଲେ ଯେ, ଯେତେବେଳେ ଦେଶର ବିକାଶ ପାଇଁ
କୌଣସି ସକାରାତ୍ମକ ଏଜେଣ୍ଡା ଉପରେ ଆଲୋଚନା ହୁଏ ସେତେବେଳେ ବିରୋଧୀ ଦଳ ନେତା ଦେବାଳିଆ
ହୋଇଯାଆନ୍ତି | ଏମାନଙ୍କ ମନରେ ମୋଦିଙ୍କ ପାଇଁ କେବଳ ଘୃଣା ହିଁ ରହିଛି
| ଏମାନଙ୍କ ଦିନ ଆରମ୍ଭ ହୁଏ ମୋଦିଙ୍କୁ ଗାଳି ଦେବାରୁ ଆଉ ଶେଷ ମଧ୍ୟ
ହୋଇଥାଏ ଗାଳିରୁ |
ମୋଦି କହିଥିଲେ ଯେ, କଂଗ୍ରେସ ଏବଂ ବାମପନ୍ଥୀଙ୍କ
ହିସାବରେ ଦେଶର କୌଣସି ସଂସ୍ଥା ସମ୍ମାନଜନକ ନୁହେଁ | ଭାରତୀୟ ସେନା,
ସିବିଆଇ, ପୋଲିସ ସବୁ ସଂସ୍ଥା ଭୁଲ, କେବଳ ସେମାନେ ହିଁ ଠିକ | ସେ ଦୁଃଖ ପ୍ରକାଶ କରି କହିଥିଲେ
ଯେ, ମତେ ଯେତେ ଗାଳି ଦେବା କଥା ଦିଅନ୍ତୁ କିନ୍ତୁ ଦେଶର ଉନ୍ନତିରେ
ବାଧା ସୃଷ୍ଟି ନକରନ୍ତୁ, ଯୁବ ପିଢ଼ିଙ୍କୁ ପାଇଁ ସମସ୍ୟା ସୃଷ୍ଟି
ନକରନ୍ତୁ, ଗରିବଙ୍କ କ୍ଷତି ନକରନ୍ତୁ | ମୋଦି
କହିଥିଲେ ଯେ, ଦେଶକୁ ଦୁର୍ନୀତି, ଭ୍ରଷ୍ଟାଚାର,
ଵଂଶବାଦରୁ ରକ୍ଷା କରିବ ପାଇଁ ସରକାର ବହୁତ କଷ୍ଟ କରୁଛନ୍ତି | ଏପରିକି ବିଦେଶରେ ମଧ୍ୟ ଯେଉଁମାନେ ଅଛନ୍ତି ତାଙ୍କ ବିରୋଧରେ ମଧ୍ୟ ମକଦ୍ଦମା ଚାଲିଛି |
ସୂଚନାଯୋଗ୍ୟ ଯେ, ତାମିଲନାଡୁରେ ଡ଼ିଏମକେ ଏବଂ ଅନ୍ୟ
ବିରୋଧୀ ଦଳ ୧୦ ପ୍ରତିଶତ କୋଟାକୁ ବିରୋଧ କରିଛନ୍ତି | ସେମାନେ
କହିଛନ୍ତି ଯେ, ସାମାଜିକ ପଛୁଆ ବର୍ଗଙ୍କୁ ହିଁ ସଂରକ୍ଷଣ ଦିଆଯିବା
ଉଚିତ | ସବର୍ଣ୍ଣ ସଂରକ୍ଷଣ ବ୍ୟବସ୍ଥା ଉପରେ ଡ଼ିଏମକେ ମାଡ୍ରାସ
ହାଇକୋର୍ଟରେ ଆବେଦନ କରିଛି | ଏ ସମ୍ପର୍କରେ ମୋଦି କହିଛନ୍ତି ଯେ,
ଗରିବଙ୍କୁ ବିରୋଧ କରୁଥିବା ରାଜନୈତିକ ବିଚାରଧାରାରୁ କାହାରିକୁ କୌଣସି ଲାଭ
ମିଳିବନାହିଁ | ସେଥିପାଇଁ ଆମ ସମସ୍ତଙ୍କୁ ଉଚ୍ଚ ନୀଚ୍ଚ ଏବଂ ତୋର ମୋର
ନୀତିକୁ ଛାଡିବାକୁ ହେବ |
ମୋଦି ଆହୁରି କହିଛନ୍ତି ଯେ, “ସରକାର ଵଂଶବାଦ ଏବଂ
ଦୁର୍ନୀତିମୁକ୍ତ କରିବା ପାଇଁ ଅନେକ ପଦକ୍ଷେପ ନେଉଛି | ଯେଉଁ ବ୍ୟକ୍ତି
ଦେଶକୁ ଲୁଟିଚି ତାକୁ କାଠଗଡ଼ାରେ ଛିଡା କରାଯିବ, ସେ ଦେଶରେ ଥାଉ କି
ବିଦେଶରେ ଥାଉ | ଭ୍ରଷ୍ଟାଚାର ବିରୋଧରେ ସରକାରଙ୍କ ପଦକ୍ଷେପ ଦିଲ୍ଲୀରୁ
ମାଡ୍ରାସ ଯାଏଁ ହଲଚଲ ସୃଷ୍ଟିକରିଛି | ଯେଉଁ ବ୍ୟକ୍ତିମାନେ ସରକାରୀ
ଠିକା, ଯୋଜନା ଆଦିରୁ ମୋଟା ରକମ ଆଦାୟ କରୁଥିଲେ, ସେମାନେ ଫଳ ଭୋଗୁଛନ୍ତି | ଯେଉଁଥିପାଇଁ ସେ ସମସ୍ତେ ଏକାଠି
ଛିଡା ହୋଇଛନ୍ତି |” ମୋଦିଙ୍କ ଟାର୍ଗେଟ କଂଗ୍ରେସ ଏବଂ ଡ଼ିଏମକେ
ମହାମେଣ୍ଟ ଆଡକୁ ଥିଲା |
ମୋଦି ଆକ୍ଷେପ କରି କହିଥିଲେ ଯେ, “ଏମାନେ ସମସ୍ତେ
ମତଭେଦ ଭୁଲି ଏହି ଚୌକିଦାରକୁ ଗାଦିରୁ ହଟାଇବାକୁ ଚେଷ୍ଟା କରୁଛନ୍ତି | ଦ୍ୱାରା ଏବଂ ଭୟର ଏମାନେ ଯେତେ ବଡ ସମୂହ ଗଠନ କଲେ ମଧ୍ୟ ମୋଦି ଗରିବଙ୍କ ପାଖକୁ ଯିବ |”
ସେ ତାମିଲନାଡୁ ଏବଂ ମଦୁରାଇଙ୍କ ଯୁବକଙ୍କୁ ଅପିଲ କରିଥିଲେ ଯେ, ଭୟର ରାଜନୀତି କରୁଥିବା ଲୋକଙ୍କୁ ଠୋକର ମାରନ୍ତୁ |
ମଦୁରାଇରେ ଏମ୍ସର ଶିଳାନ୍ୟାସ କରି ମୋଦି କହିଥିଲେ ଯେ, ବହୁତ ଶୀଘ୍ର ଏଠାରେ ହସ୍ପିଟାଲ ନିର୍ମାଣ ହେବ | ଗତ ୪
ବର୍ଷରେ ଦେଶରେ ୯କୋଟି ଶୌଚାଳୟ ନିର୍ମାଣ କରାଯାଇଛି, ସେଥିରୁ ୪୭ ଲକ୍ଷ
ଶୌଚାଳୟ ତାମିଲନାଡୁରେ ରହିଛି ବୋଲି କହିଥିଲେ ମୋଦି |
