ନିକଙ୍କ ପରିବାର ପାଇଁ ପ୍ରିୟଙ୍କା ଅଶୁଭ ଚର୍ଚ୍ଚା,ବାହାଘର ଆଗରୁ ନିକଙ୍କ ବାପା ବିକି ପାରନ୍ତି କୋଟି କୋଟି ଟଙ୍କାର ସମ୍ପତି
ଭଦ୍ରକ : ବାହାଘର ସ୍ଥିର ହୋଇ ନିର୍ବନ୍ଧ ସରିଛି । ହେଲେ ବାହାଘର ଆଗରୁ ଶାଶୁ ଘରକୁ ଆର୍ଥିକ ସମସ୍ୟା ପଡିଲାଣି । ଏଥିପାଇଁ ଶଶୁରଙ୍କୁ ବିକିବାକୁ ପଡିବ କୋଟି କୋଟି ଟଙ୍କାର ସଂପତି । ଏମିତି ଖବର ଏବେ ଟର୍ଚ୍ଚା ହେଉଛି ବି ଟାଉନରେ । କାôବହିଁକା ପ୍ରିୟଙ୍କାଙ୍କ ଭାବି ସ୍ୱାମୀଙ୍କ ବାପା ଅର୍ଥାତ ପ୍ରିୟଙ୍କାଙ୍କ ଶଶୁର ଆର୍ଥିକ ସମସ୍ୟାରେ ଥିବାରୁ କୋଟି କୋଟି ଟଙ୍କାର ସଂପତି ବିକିବାକୁ ପଡିବ ବୋଲି କୁହାଯାଉଛି । ତେବେ ଏମିତି ଖବର ଏବେ ପ୍ରିୟଙ୍କାଙ୍କ ପ୍ୟାନଙ୍କୁ ଦୁଖ ଦେଇଛି ।
ଖବର ଅନୁଯାୟୀ ପ୍ରିୟଙ୍କାଙ୍କ ଶ୍ୱଶୁର ପଲ୍ ଜୋନ୍ସ ଏକ କନ୍ଷ୍ଟ୍ରକ୍ସନ୍ ଏବଂ ରିୟଲ ଇଷ୍ଟେଟ୍ ବ୍ୟବସାୟର ମାଲିକ ଥିଲେ । କିନ୍ତୁ ଅଧିକ କରଜ କରି ନେଇଥିବାରୁ ସେ ନିଜ କମ୍ପାନିକୁ ଦେବାଳିଆ ଘୋଷଣା କରିଥିବା ଜଣା ପଡ଼ିଛି । ଏହି ଖବର ଆମେରିକାର ଖବର କାଗଜରେ ପ୍ରକାଶ ପାଇବା ପରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।
ମିଳିଥିବା ଖବର ଅନୁଯାୟୀ ପଲ୍ ଜୋନ୍ସଙ୍କ କମ୍ପାନି ଉପରେ ୭କୋଟି ୮ଲକ୍ଷ ଟଙ୍କାର କରଜ ରହିଛି । ଯାହାକୁ ସେ ସୁଝି ପାରି ନାହାନ୍ତି । ଏଥି ପାଇଁ ସେ ନିଜର କିଛି ସଂପତ୍ତି ବିକ୍ରି କରିବେ ବୋଲି ମଧ୍ୟ ଜଣା ପଡ଼ିଛି । କିନ୍ତୁ ବଡ଼ କଥା ହେଲା ପଲ୍ ନିଜ କମ୍ପାନିକୁ ଦେବାଳିଆ ଘୋଷଣା କରିବା ପରେ ଏହାର ପ୍ରଭାବ ତାଙ୍କ ପରିବାର ଉପରେ ପଡ଼ିବ ନାହିଁ ବୋଲି ଜଣା ପଡ଼ିଛି ।
