ନିର୍ବାଚନ ପୂର୍ବରୁ ଆର୍ଥକ ଦୁର୍ବଳଙ୍କୁ ସର୍ବନିମ୍ନ ଆୟ ଗ୍ୟାରେଣ୍ଟି ଦେଲେ ରାହୁଲ

ଛତିଶଗଡ଼ : ସାଧାରଣ ନିର୍ବାଚନ ପୂର୍ବରୁ ରାହୁଲଙ୍କ ବଡ ଘୋଷଣା । ନିର୍ବାଚନ ଦେଖି ପୁଣି ଏକ ପ୍ରତିଶ୍ରୁତି ବିଞ୍ଚିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି।  ଆଉ ରାହୁଲଙ୍କ ଏହି ଘୋଷଣା ନିର୍ବାଚନରେ ଗେମ୍  ଚେଞ୍ଜର ହେବ କି ଏମିତି କିଛି ଆକଳନ କଲେଣି କିଛି ପଲିଟିକାଲ ପଣ୍ଡିତ।  ଛତିଶଗଡ଼ରେ ଏକ ରାଜନୈତିକ ରାଲିକୁ ସମ୍ବୋଧନ କରୁଥିବା ବେଳେ ରାହୁଲ କହିଛନ୍ତି ଯେ ଦେଶରୁ ଗରୀବୀ ଏବଂ କ୍ଷୁଧା ଦୂର କରିବା ଲାଗି କଂଗ୍ରେସ ଆର୍ଥକ ଦୁର୍ବଳଙ୍କୁ  ସର୍ବନିମ୍ନ ଆୟ ଗ୍ୟାରେଣ୍ଟି ଦେବ। ୨୦୧୯ରେ ନିର୍ବାଚନରେ କଂଗ୍ରେସ ଜିତିଲେ ସର୍ବନିମ୍ନ ଆୟ ଦେବା ଲାଗି ପ୍ରତିଶ୍ରୁତି ଦେଇଛନ୍ତି ରାହୁଲ।  ଏହାକୁ ଐତିହାସିକ ଘୋଷଣା ବୋଲି ମଧ୍ୟ ନିଜେ ରାହୁଲ ଆଖ୍ୟା ଦେଇଛନ୍ତି। ଆସନ୍ତୁ ଶୁଣିବା ରାହୁଲ କଣ କହିଛନ୍ତି ।

Leave A Reply

Your email address will not be published.