ସରିଛି ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ, ହେଲେ ସରୁନି ରାଜନୀତି

ଭୁବନେଶ୍ବର : ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ସରିଲା, ହେଲେ ସରିନି ରାଜନୀତି । ଏନଡିଏକୁ ବିଜେଡି ସମର୍ଥନ ଦେବା ନେଇ କଂଗ୍ରେସ ଆରୋପ ପରେ ଆଜି ପାଲଟା ଜବାବ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଲୁଚିଛି ନା ଗୋଡ଼ ଦିଟା ଦିଶୁଛି ନ୍ୟାୟ ଉଠାଇ ସିଧା ସିଧା  କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି । ସେପଟେ ଓଡ଼ିଆଙ୍କୁ କାହିଁକି ଉପାଧ୍ୟକ୍ଷ ପଦବୀ ଲାଗି ବିଜେଡି ପ୍ରୟାସ କଲାନି କହି ବିଜେଡିକୁ ଘେରିଛନ୍ତି ଧର୍ମେନ୍ଦ୍ର ।

ସରିଛି ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ, ହେଲେ ସରୁନି ରାଜନୀତି । ତିନି ଦଳ ଭିତରେ ତୁ ତୁ ମେ ମେ ଜାରି ରହିଛି । ଏନଡିଏକୁ ବିଜେଡିର ସମର୍ଥନକୁ କଂଗ୍ରେସ ସମାଲୋଚନା କରୁଥିବା ବେଳେ ଏବେ ଉଭୟ କଂଗ୍ରେସ ଓ ବିଜେଡିକୁ ପାଲଟା ବାଣ ମାରିଛି ବିଜେପି । କଂଗ୍ରେସକୁ ଜବାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଲୁଚିଛି ନା ଗୋଡ ଦିଟା ଦିଶୁଛି କହି କଂଗ୍ରେସ ଆଡକୁ ଅଙ୍ଗୁଳି ଉଠାଇଛନ୍ତି । କହିଛନ୍ତି, କିଏ ଆଗ କାହାକୁ ସମର୍ଥନ ଲୋଡିଥିଲା ଏକଥା  ଲୋକେ ଜାଣିଛନ୍ତି । ଏହା ସହ ରାଜ୍ୟସଭାରେ ଓଡିଆ, କାହିଁକି ଉପାଧ୍ୟକ୍ଷ ପଦରେ ବସିଲେନି ? ଏଥିପାଇଁ ପ୍ରୟାସ କରିବାରେ ଅସୁବିଧା କଣ ବୋଲି ପାଲଟା ପ୍ରଶ୍ନ କରିଛନ୍ତି । ବିଜେପି ପ୍ରତି କାହାର ଆଭିମୁଖ୍ୟ କଣ ହେବ ସେକଥା ତାଙ୍କୁ ଭଲବାବେ ଜଣାଥିବା କହିଛନ୍ତି ଧର୍ମେନ୍ଦ୍ର । କଂଗ୍ରେସ ମୁକ୍ତ ଭାରତ ନାରାରେ ରାଜ୍ୟରେ ବିଜେପି ୧୪୭ ବିଧାନସଭା ଓ ୨୧ ଲୋକସଭା ସିଟରେ ଲଢିବ । ଓଡିଶା ମୋଦିଙ୍କ  ପ୍ରୟୋଗଶାଳା ହେବ ବୋଲି କହିଛନ୍ତି ଧର୍ମେନ୍ଦ୍ର ।

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପରେ ବିଜେଡି-ବିଜେପି ସଂପର୍କକୁ ନେଇ ଜୋର ଧରିଛି ରାଜନୀତି । କଂଗ୍ରେସ ଏହାକୁ ଗଣ୍ଠି କରିଥିବାବେଳେ ବିଜେପି ଓ ବିଜେଡି ମଧ୍ୟ ଏହି ପ୍ରସଙ୍ଗରେ ନିଜ ନିଜ ଦେହରୁ ଧୂଳି ଝାଡୁଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କ ଆରୋପର ଜବାବ ରଖିଛନ୍ତି ବିଜେଡି ଓ କଂଗ୍ରେସ । ବିଜେପିକୁ ନୁହେଁ ବରଂ ଜେଡିୟୁକୁ ହିଁ ବିଜେଡି ସମର୍ଥନ ଦେଇଥିବା ଦୋହରାଇଛି । ହତାଶ ଓ ନିରାଶ ହୋଇ କେନ୍ଦ୍ରମନ୍ତ୍ରୀ ଏଭଳି କହୁଥିବା ବିଜେଡି କହିଛି । ଓଡ଼ିଆ ଉପାଧ୍ୟକ୍ଷ ହେବା ପ୍ରସଙ୍ଗ ନଥିଲା କି ଆଲୋଚନା ହୋଇ ନଥିଲା । ମନ୍ତ୍ରୀ ଅବାସ୍ତବ ପ୍ରସଙ୍ଗ ରଖୁଛନ୍ତି । ଉପାଧ୍ୟକ୍ଷ ନିର୍ବାଚନ ଇକ୍ୟୁସେନକୁ ନେଇ  ରାଜ୍ୟ ରାଜନୀତିର ନୂଆ ଗଣିତ କଷା ଚାଲିଛି । ଏନଡିଏ ପ୍ରାର୍ଥୀ ହରିବଂଶଙ୍କୁ ଉପାଧ୍ୟକ୍ଷ ପଦରେ ଜିତାଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ ପ୍ରଧାନମନ୍ତ୍ରୀ । ଏବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେଡିକୁ ଧନ୍ୟବାଦ ଦେଇଛନ୍ତି ।

Leave A Reply

Your email address will not be published.