ଢେଙ୍କାନାଳ : କ୍ରୋଧରେ ଅନ୍ଧ ହୋଇଗଲେ କିଛି ମଧ୍ୟ କରିପାରେ ମନୁଷ୍ୟ । ଏପରି କି ନିଜ ଜନ୍ମ କଲା ମାଆକୁ ମଧ୍ୟ ସେ ନୃଶଂସ ଭାବେ ମାରିପାରେ । ଏଭଳି ଏକ ଲୋମ ଟାଙ୍କୁରା ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ କୋଇ ଗାଁ ରେ । ସୂଚନାନୁଯାୟୀ, ଢେଙ୍କାନାଳ କଙ୍କଡାହାଡ ଅଂଚଳରେ ରହୁଥିବା ଗୋଟିଏ ପରିବାରର ଦୁଇ ଭାଇଙ୍କ ମଧ୍ୟରେ କୌଣସି କାରଣରୁ ଝଗଡା ଲାଗିଥିଲା । ଝଗଡା ଧିରେ ଧିରେ ଉଗ୍ର ରୂପ ନେଉଥିବା ଦେଖି ଜନ୍ମ କରିଥିବା ମାଆ ଥୟ ଧରି ପାରି ନଥିଲା । ଫଳରେ ସେ ଉଭୟଙ୍କ କଳି ତୁଟାଇବା ପାଇଁ ଦୁଇ ଭାଇଙ୍କୁ ବୁଝାଇବା ପାଇଁ ଆସିଥିଲା । କିନ୍ତୁ ଘରୋଇ କଳହ ଏତେ ପରିମାଣରେ କ୍ରୁର ହୋଇ ଯାଇଥିଲା ଯେ ଜଣେ ପୁଅ ମାଆକୁ ଗାଁ ଦାଣ୍ଡରେ କଚାଡି କଚାଡି ହତ୍ୟା କରିଥିଲା । ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ଅଭିଯୁକ୍ତ ପୁତ୍ରକୁ ଗିରଫ କରିବା ସହ ତଦନ୍ତ ଆରମ୍ଭ କରଛି ।
