ରସିକିଆ ରାଶି : ଜାଣନ୍ତୁ କେଉଁ ରାଶିର ସ୍ୱାମୀ ଜଣଙ୍କ ପ୍ରେମରେ ସନ୍ତୁଷ୍ଟ ନୁହଁନ୍ତି ?

ବିବାହ ଦୁଇଟି ମନର ମିଳନ । ଏଥିପାଇଁ ହୋଇଥାଏ ଜାତକ ମିଳନ । ଏହା ଆମର ଏକ ପରମ୍ପରା । ଆଉ ଜାତକ ସୁଝିଲେ ହୁଏ ବିବାହ । ସାତ ଦିଗପାଳଙ୍କୁ ସାକ୍ଷୀ ରଖି ପରସ୍ପରକୁ ବିବାହ କରିଥାଆନ୍ତି ପୁଅ ଓ ଝିଅ । ବେଦିରେ ବାହାଘର ପରେ ଝିଅଟି ମୁଣ୍ଡରେ ଲାଲ ଓଢ଼ଣୀ ପକାଇ ବଧୂ ବେଶରେ ଶ୍ୱଶୁର ଘରକୁ ଯାଇଥାଏ । ସ୍ୱାମୀଙ୍କ ସହିତ ସଂସାର ଗଢିଥାଏ । ଯେତେ ବାଧା ବିଘ୍ନ ଆସିଲେ ମଧ୍ୟ ତାହାକୁ ମୁକାବିଲା କରିଥାଏ । କିନ୍ତୁ କିଛି କ୍ଷେତ୍ରରେ ଦେଖାଯାଇଛି ରସିକିଆ ସ୍ୱାମୀମାନେ ଗୋଟିଏ ସ୍ତ୍ରୀରେ ସନ୍ତୁଷ୍ଟ ହୋଇନଥାନ୍ତି । ହେଲେ ଏହି ପ୍ରକୃତିର ପୁରୁଷ ସବୁ ରାଶିରେ ନଥାନ୍ତି । ସେମାନେ ନିଜ ସ୍ତ୍ରୀର ସରଳତାର ସୁଯୋଗ ନେଇ ଆଉ କାହା ପ୍ରେମରେ ପଡିଥାଆନ୍ତି । ବିଶେଷ କରି ମିଥୁନ, ବୃଷ ଓ ଧନୁ ରାଶିର ପୁରୁଷମାନେ ଗୋଟିଏ ସ୍ତ୍ରୀରେ ସନ୍ତୁଷ୍ଟ ନାହାନ୍ତି । ସେମାନେ ଅନ୍ୟ ସ୍ତ୍ରୀଙ୍କ ପ୍ରେମରେ ପଡିଥାଆନ୍ତି ।
ବୃଷ: ଏହି ରାଶିର ବ୍ୟକ୍ତିମାନେ ଜଣକରେ ସନ୍ତୁଷ୍ଟ ନୁହନ୍ତି । ଯେତେ ପ୍ରେମ ମିଳିଲେ ମଧ୍ୟ ସେମାନେ ଆଉ କାହା ପ୍ରେମରେ ପଡ଼ିଥାଆନ୍ତି ।
ମିଥୁନ: ଏହି ରାଶିର ବ୍ୟକ୍ତିର ଲୋକେ ସବୁବେଳେ କିଛି ନୂଆ କରିବାର ସ୍ୱପ୍ନ ଦେଖିଥାଆନ୍ତି । ସବୁବେଳେ ସକାରାତ୍ମକ ମନୋଭାବ ନେଇ କାର୍ଯ୍ୟ
କରିଥାଆନ୍ତି । ନୂଆ କରିବାର ସ୍ୱପ୍ନ ଦେଖିଅଥାଆନ୍ତି । ଯଦି ତାହା ସାକାର ହୋଇନଥାଏ, ତାହାହେଲେ ଆଉ କାହା ଉପରେ ଆଖି ପକାଇଥାଆନ୍ତି ।
ଧନୁ: ଧନୁ ରାଶିର ବ୍ୟକ୍ତିଙ୍କୁ ଭୁଲରେ ବିବାହ କରନ୍ତୁ ନାହିଁ । ଏମାନେ ଭୁଲି ଯିବା ଭଳି ଅଭିନୟ କରି ପରେ ଠକି ଦିଅନ୍ତି । ସବୁ ବେଳେ ପ୍ରଶ୍ନ ପଚାରୁଥିବା ଲୋକଙ୍କୁ ନାପସନ୍ଦ କରନ୍ତି । ସେଥିପାଇଁ ନିଜ ସ୍ତ୍ରୀଙ୍କଠାରୁ ଦୂରେଇ ଯାଆନ୍ତି । ଏହି ସମୟରେ ସେମାନେ ଆଉ କାହା ସ୍ତ୍ରୀଙ୍କ ପ୍ରେମରେ ପଡିଯାଆନ୍ତି ।

(ଏହି ରାଶିର ସମସ୍ତ ବ୍ୟକ୍ତି ଯେ ଏପରି ତାହା ନୁହେଁ । ଏସବୁ ଗ୍ରହ ନକ୍ଷେତ୍ରର ସ୍ଥିକୁ ନେଇ ଏହା ଦେଖାଯାଏ )

Leave A Reply

Your email address will not be published.