ଏବେ ସୋସିଆଲ ମିଡିଆ ଯେଉଁଭଳି ଭାବେ ଆକ୍ଟିଭ ରହିଛି, ଗୋଟେ ପରେ ଗୋଟେ ସାଧାରଣ ଭିଡିଓ ସହ ରିଲିଜ ପୂରବରୁ ଇଂଷ୍ଟ୍ରିର ବିଗ୍ ବଜେଟ ମୁଭିର ସିନ୍ ଏବଂ ଟ୍ରେଲର ଭାଇରାଲ ହେବାରେ ଲାଗିଛି । ନିକଟରେ କିଙ୍ଗ ଖାନ୍ ଷ୍ଟାରର ମୁଭି ଜିରୋର ଏକ ଭିଡିଓ ଭାଇରାଲ ହୋଇଛି । ଏହି ଭିଡିଓରେ ଶାହାରୁଖ ଜଣେ ବାମନ ଅବତାରରେ ଡାନ୍ସ କରୁଥିବା ନଜର ଆସିଛନ୍ତି । ସାଙ୍ଗରେ ତାଙ୍କ କୋରିୟଗ୍ରାଫର ମଧ୍ୟ ତାଙ୍କୁ ଡ୍ୟାନ୍ସ ଶିଖାଉଥିବା ଦେଖିବାକୁ ମିଳିଛି ।
୧୯୬୫ର ସୁପରହିଟ୍ ବଲିଉଡ ମୁଭି ଜବ୍ ଜବ୍ ଫୁଲ ଖିଲେର ଏକ ପପୁଲାର ଟ୍ରାକରେ କିଙ୍ଗ ଖାନ୍୍ ଙ୍କୁ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି । ପୂରବରୁ ଟ୍ରେଲରେ ଏହି ସିନ୍ ଦେଖିବାକୁ ମିଳିଥିବା ବେଳେ ଏବେ ଏହି ଗୀତର ବିହାଇଣ୍ଡ ଦି ସିନ୍ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ୬୦ ଦଶକର ଏହି ଗୀତରେ ଶିଶି କପୁରଙ୍କ ଅନ୍ଦାଜରେ ନାଚୁଥିବା ନଦର ଆସିଛନ୍ତି କିଙ୍ଗ ଖାନ୍ ।
ଏହି ମୁଭିରେ ଶାହରୁଖଙ୍କ ସହ କଟରିନା କୈଫ୍ ଓ ଅନୁସ୍କା ଶର୍ମା ନଜର ଆସିବେ । ତେବେ ରିଲିଜ ପୂରବରୁ ମୁଭିର ଟାଇଟଲ ଭିଡିଓ ଲଂଚ ହୋଇସାରିଥିବା ବେଳେ ଏହାକୁ ଏକ କୋଚିରୁ ଅଧିକ ଭ୍ୟୁୟର୍ସ ଦେଖିସାରିଲେଣି । ଖୁବଶୀଘ୍ର ଥିଏଟରରେ ଝହଲଚଲ କରିବାକୁ ଫିଲ୍ମର କ୍ର୍ୟୁ ଲାଗିପଡିଛନ୍ତି ।
