ଭୁବନେଶ୍ୱର: ଆଜି ପବିତ୍ର ସରସ୍ୱତୀ ପୂଜା । ଏହି ଅବସରରେ ଜ୍ଞାନ ଓ ବୁଦ୍ଧିଦାତ୍ରୀ ମା’ ସରସ୍ୱତୀଙ୍କୁ ସ୍ଥାପନ କରି କଳାକାର ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀମାନେ ଅତି ଆନନ୍ଦର ସହକାରେ ପୂଜା କରିଥାନ୍ତି । ଆଜି ଏଥିପାଇଁ ଚାରିଆଡେ ଉତ୍ସବ ମୁଖର ଦେଖିବାକୁ ମିଳିଛି ।
ପ୍ରତି ବର୍ଷ ମାଘ ମାସ ଶୁକ୍ଲ ପକ୍ଷ ପଂଚମୀ ତିଥିରେ ବିଦ୍ୟାଦାତ୍ରୀ ମା’ ସରସ୍ୱତୀଙ୍କର ପୂଜାର୍ଚ୍ଚନା କରାଯାଏ । ଛାତ୍ରଛାତ୍ରୀ ଓ କଳାକାରଙ୍କ ପାଇର୍ ଏହି ପୂଜାର ଅନେକ ମହତ୍ୱ ରହିଛି । ଏହି ଦିନ ଜ୍ଞାନ ଓ ବୁଦ୍ଧିଦାତ୍ରୀ ଦେବୀ ମା ସରସ୍ୱତୀଙ୍କ ପୂଜାରେ ଅନେକ ସୁଫଳ ମିଳେ । ହଂସ ବାହିନୀ ଓ ଜ୍ଞାନ ଦାୟିନୀ ମା ସରସ୍ୱତୀ ଛାତ୍ରଛାତ୍ରୀଙ୍କୁ ବିଦ୍ୟା, ଜ୍ଞାନ,ଧନ ଆଦି ପ୍ରଦାନ କରିଥାନ୍ତି । ପ୍ରତି ବର୍ଷ ବସନ୍ତ ପଂଚମୀ ଦିନରେ ମା ସରସ୍ୱତୀଙ୍କ ପ୍ରତିମା ବସାଇ ସମସ୍ତ ଶିକ୍ଷାନୁଷ୍ଠାନରେ ପୂଜା କରାଯାଏ । ଏହି ଦିନ ଛାତ୍ରଛାତ୍ରୀ ମାନେ ନୂତନ ବସ୍ତ୍ର ପରିଧାନ କରି ପୂଜାର୍ଚ୍ଚନା କରନ୍ତି ।
