ରାହୁଲ- ନବୀନଙ୍କ ମହାମେଣ୍ଟ ହୋଇଛି, ୨୫ରେ ଖୁଲାସା କରିବି ଶ୍ରୀକାନ୍ତ

ତଡା ଖାଇବା ପରେ ଶ୍ରୀକାନ୍ତ ଜେନାଙ୍କ ତୋଡ

ଭୁବନେଶ୍ବର : କଂଗ୍ରେସରୁ ବିଦା ହେବା ପରେ ବିଷ ଓଗାଳିଲେ ବରିଷ୍ଠ ନେତା ଶ୍ରୀକାନ୍ତ ଜେନା । କଂଗ୍ରେସ ଦଳଠୁ ଆରମ୍ଭ କରି ହାଇକମାଣ୍ଡ ରାହୁଲ ଗାନ୍ଧି ଏବଂ ପିସିସି ସଭାପତ ନିରଞ୍ଜନ ପଟ୍ଟନାୟକିଙ୍କ ବିରୋଧରେ ବର୍ଷିଛନ୍ତି । ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଖଣି ଚୋରି, ଲୁଟ୍ ଆଉ ସମ୍ପତ୍ତି ବଢାଇଲେ କଂଗ୍ରେସରେ ରହିପାରିବେ । ମୁଁ ଏସବୁ କରିପାରିଲିନି ବୋଲି ଦଳରୁ ବାହାରିଲି ବୋଲି ଶ୍ରୀକାନ୍ତ ଜେନା ପ୍ରତିକ୍ରିୟା ଦେଇ କହିଛନ୍ତି । ଏଥର ପଟ୍ଟନାୟକ ପରିବାରକୁ ଶାସନରୁ ଦୂରେଇ ରଖିବାକୁ ଆର ପାର ଲଢେଇ ହେବ ବୋଲି ସେ କହିଛନ୍ତି । ୨୫ରେ ମହାଖୁଲାସା କରିବି । ସାରା ଦେଶରେ ରାହୁଲ ମୁହଁ ଦେଖେଇ ପାରିବେନି ବୋଲି ଶ୍ରୀକାନ୍ତ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ।  ନିରଞ୍ଜନଙ୍କୁ ମଧ୍ୟ କଲେ ଟାର୍ଗେଟ କରିଛନ୍ତି ।  ସୈମ୍ୟ ପଟ୍ଟନାୟକ ଓ ନିରଞ୍ଜନ ପଟ୍ଟନାୟକଙ୍କର ଓ୍ବାଡ ମେମ୍ବର ହେବାର ଯୋଗ୍ୟତା ନାହିଁ ଏଥର ତାଙ୍କୁ ଧୁଳି ଚଟେଇବି ବୋଲି କହିଛନ୍ତି ଶ୍ରାକାନ୍ତ ଜେନା ।  ପଟ୍ଟନାୟକ ପରିବାରକୁ ଶାସନରୁ ଦୂରେଇ ରଖିବାକୁ ଆର ପାର ଲଢେଇ ହେବ । ସିଧା ସଳଖ ନଲଢି ତାଙ୍କୁ ହରେଇବାକୁ ଉଦ୍ୟମ କରିବି ବୋଲି ଚେତାବନି ଦେଇଛନ୍ତି । ରାହୁଲଗାନ୍ଧି ଖଣି ମାଫିଆଙ୍କ ସାଥ ଦେଉଛନ୍ତି ବୋଲି ରହୁଲଙ୍କୁ ବି ନିଶାନା କରିଛନ୍ତି ଶ୍ରୀକାନ୍ତ ।  ଦୁର୍ନିତୀ ବିରୋଧରେ ସ୍ବର ଉଠାଉଥିବା ରାହୁଲଗାନ୍ଧୀ ଖଣି ମାଫିଆଙ୍କ ସହ ମେଣ୍ଟ କରିଛନ୍ତି।  ଦଳରେ ଥିବା ବନ୍ଧୁମାନେ ନବୀନ- ରାହୁଲ- ସୈମ୍ୟ- ନିରଞ୍ଜନ ସ୍ଲୋଗାନ ଦିଅନ୍ତୁ  ସବୁଦିନେ ସମସ୍ତଙ୍କୁ ଲାଞ୍ଚ ଦେୁଥିବା ଲୋକଙ୍କୁ କଂଗ୍ରେସ ଟେକି ଦେଇଛନ୍ତି ରାହୁଲ ୨୫ରେ ରାହୁଲ ଓଡିଶା ଆସିବେ  ରାହୁଲ- ନବୀନଙ୍କ ମହାମେଣ୍ଟ ହୋଇଛି ।  ୨୫ରେ ମହାଖୁଲାସା କରିବି,ସାରା ଦେଶରେ ରାହୁଲ  ମୁହଁ ଦେଖେଇ ପାରିବେନି ବୋଲି  ଶ୍ରୀକାନ୍ତ କହିଛନ୍ତି ।

Leave A Reply

Your email address will not be published.