ଭଦ୍ରକ : କାନ୍ଥ ପଡି ଜଣେ ଛାତ୍ରୀ ମୃତ । ୩ଜଣ ଆହତ ହୋଇଛନ୍ତି । ଭଦ୍ରକ ଜିଲ୍ଲା ବାସୁଦେବପୁରରେ ଅଘଟଣ । ବିନାୟକପୁର ପ୍ରାଥମିକ ବିଦ୍ୟାଳୟର ଛାତ୍ରୀମାନେ ସ୍କୁଲ ନିକଟରେ ଥିବା ଏକ କୋଳି ଗଛରୁ କୋଳି ଖାଉଥିଲେ । ଏହି ସମୟରେ ଏକ ଘରର କାନ୍ଥ ଭୁଶୁଡି ପଡିଥିଲା । ତେବେ ଘଟଣାସ୍ଥଳରେ ଜଣେ ଛାତ୍ରୀଙ୍କର ମୃତ୍ୟୁ ହୋଇଛି । ମୃତ ଛାତ୍ରୀ ପଞ୍ଚମ ଶ୍ରେଣୀର ମାନସ ମଳିକ । ଆହତଙ୍କ ମଧ୍ୟରୁ ୨ ଜଣଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଜଣେ ବାସୁଦେବପୁର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏହି ଘଟଣା ପାଇଁ ସ୍କୁଲ ଶିକ୍ଷକଙ୍କୁ ଦାୟୀ କରିଛନ୍ତି ଅଭିଭାବକ । ସ୍ଥାନୀୟ ଲୋକେ ସ୍କୁଲରେ ତାଲା ପକାଇ ଦେଇଛନ୍ତି । ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି ।
