ରାଜସ୍ଥାନ : ସ୍ତୀର ରଙ୍ଗ ଗୋରା ନଥିଲା, ଥିଲା ଶ୍ୟାମଳ । ଗୋରୀ ସ୍ତ୍ରୀ ନପାଇ ମନେ ମନେ ଅସନ୍ତୋଷରେ ଥିଲା ସ୍ୱାମୀ । ଏମିତିକି ସ୍ୱାମୀ ମନରେ ଥିବା ଚିନ୍ତା ଏତେ ଖରାପ ହୋଇଥିଲା ଯେ ଶେଷରେ ନିଜ ସ୍ତ୍ରୀକୁ ହତ୍ୟା କରିବାକୁ ପଛାଇଲାନି ସ୍ୱାମୀ । ଏଭଳି ଏକ ଲଜ୍ଜ୍ୟା ଜନକ ଘଟଣା ଘଟିଛି ରାଜସ୍ଥାନର ପାଲିରେ । ପତ୍ନୀ ଶ୍ୟାମଳୀ ଥିବାରୁ ପତି ନିଜ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କରିଛି । ଆଉ ମଶାଣଇରେ ଶବ ସକ୍ରାର ବେଳେ ଧରାପଡିବାପରେ ପୋଲିସ ଆଗରେ ସତ ବି ଉଗାଳିଛି । ସଭ୍ୟ ସମାଜରେ ସ୍ୱାମୀର ଏପରି କାଣ୍ଡ ଚର୍ଚ୍ଚାର ବିଷୟ ହୋଇଛି ।
ଚର୍ମର ରଙ୍ଗ ପାଇଁ ହତ୍ୟାକାରୀ ପାଲଟିଛି ସ୍ୱାମୀ ସ୍ତ୍ରୀର ରଙ୍ଗ ଶ୍ୟାମଳ ହୋଇଥିବାରୁ ସ୍ୱାମୀ ସ୍ତ୍ରୀର ଗଳା ଚିପି ହତ୍ୟା କରିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପ୍ରଥମେ ଏହା ହତ୍ୟା ବୋଲି କାହାକୁ ଜଣା ନ ଥିବା ବେଳେ ଶବ ସତ୍କାର ପାଇଁ ଶ୍ମଶାନକୁ ଯିବା ପରେ ସବୁ ସତ ସାମ୍ନାକୁ ଆସିଥିଲା । ପୀଡ଼ିତାଙ୍କ ପରିବାର ତାଙ୍କ ମୃତ୍ୟୁ ପରେ ଶ୍ମଶାନକୁ ନେଇଥିବା ବେଳେ ସେଠାରେ ତାଙ୍କ ଅଳଙ୍କାର କଢ଼ାଯିବା ସମୟରେ ବେକରେ ଥିବା ଦାଗ ଦେଖି ସେମାନଙ୍କ ମନରେ ସନ୍ଦେହ ଆସିଥିଲା। ଯାହା ପରେ ସେମାନେ ଶବ ସତ୍କାର ନ କରି ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ପଚରାଉଚରା କରିବା ସହ ପୀଡ଼ିତାଙ୍କ ସ୍ୱାମୀଙ୍କୁ ଅଟକ ରଖିଥିବା ଜଣାପଡ଼ିଛି ।
