ତେଲ ରାଜନୀତି : ତୈଳଦର ବୃଦ୍ଧିରେ ବିଜେଡିର ଆନ୍ଦୋଳନ, ଦଳର ବୌଦ୍ଧିକ ଦେବାଳିଆ ହେବାର ପ୍ରମାଣ : ବିଜେପି 

ଭୁବନେଶ୍ୱର : ତୈଳଦର ବୃଦ୍ଧି ମାମଲାରେ ବିଜେଡିର ଆନ୍ଦୋଳନ ଘୋଷଣା ଦଳର ବୌଦ୍ଧିକ ଦେବାଳିଆ ହେବାର ପ୍ରମାଣ ବୋଲି ବିଜେପି ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଶ୍ରୀ ମହାପାତ୍ର କହିଛନ୍ତି ସେ ତୈଳଦର ବୃଦ୍ଧି ଓ ଓଡିଶା କୁ ଆର୍ଥିକ ଲାଭନେଇ କିଛି ତଥ୍ୟ ଉପସ୍ଥାପିତ କରୁଛନ୍ତି ଯାହା ବିଜେଡି ସରକାର ଓ ଦଳର ପ୍ରତିନିଧି ମାନେ ଏହି ତଥ୍ୟ ଆଧାରରେ ଜନସାଧାରଣରେ ଉତର ସ୍ପଷ୍ଟ କରିବାକୁ ଶ୍ରୀ ମହାପାତ୍ର କହିଛନ୍ତି । ୨୦୧୪ ମସିହାରେ ପେଟ୍ରୋଲ ଓ ଡିଜେଲ ଉପରେ ରାଜ୍ୟ ସରକାର ୨୧.୨ ପ୍ରତିଶତ ଟିକସ ଲଗାଇଥିବା ବେଳେ ଆଜି ଦିନରେ ଏହି ଟିକସ ୨୬ ପ୍ରତିଶତ ନା ଏହା ମିଛ ଏହା ସ୍ପଷ୍ଟ କରନ୍ତୁ ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି ।

୨୦୧୪ ମସିହାରେ ଲିଟର ପିଛା ପେଟ୍ରୋଲରେ ଟ ୧୧.୦୫ ପଇସା ଓ ଡିଜେଲ ଟ ୯.୩୯ ଟିସକ ନେଉଥିବା ବେଳେ ଆଜି ଦିନରେ ତା ୧୫.୪୫ ଓ ଡିଜେଲ ଲିଟର ପିଛା ୧୫.୩୩ ପଇଷା ନିଜସ୍ୱ ଟିକସ ନେବା ସତ ନା ମିଛ ଏହା ବିଜେଡି ତରଫରୁ ସ୍ପଷ୍ଟ କରିବାକୁ ଶ୍ରୀ ମହାପାତ୍ର କହିଛନ୍ତ । ଚତୁର୍ଦ୍ଦଶ ଅର୍ଥ କମିଶନ ସୁପାରିଶ ଲାଗୁ ପରେ କେନ୍ଦ୍ରୀୟ ଟିକସର ୪୨ ଭାଗ ରାଜ୍ୟ ସରକାରଙ୍କ ତହବିଲକୁ ଯାଉଛି ନା ନାହିଁ ବିଜେଡି ଏହା ସ୍ପଷ୍ଟ କରୁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

୨୦୧୪-୧୫ ଆର୍ଥିକ ବର୍ଷରେ ରାଜ୍ୟ ସରକାର ମୋଟ ତୈଳରୁ ୩୦୪୬ କୋଟି ଟିକସ ପାଇଥିଲେ ଯାହା ରାଜ୍ୟ ରାଜସ୍ୱର ୮.୫ ପ୍ରତିଶତ ଥିଲା । ଚଳିତ ବର୍ଷ ରାଜ୍ୟ ସରକାର ୬୯୩୦ କୋଟି ରାଜସ୍ୱ ପାଇଛନ୍ତି , ଯାହା ରାଜ୍ୟର ମୋଟ ରାଜସ୍ୱର ୧୨ ପ୍ରତିଶତ । ୨୦୧୪ରୁ ୨୦୧୮ ମଧ୍ୟରେ ତୈଳରୁ ରାଜ୍ୟର ଟିକସ ଆଦାୟ ୧୨୭ ପ୍ରତିଶତ ବୃଦ୍ଧିକୁ ବିଜେଡି ସ୍ୱୀକାର କରିବାରେ କୁଣ୍ଠାବୋଧ କରିବ ନାହିଁ ବୋଲି ଶ୍ରୀ ମହାପାତ୍ର ଆଶାବ୍ୟକ୍ତ କରିଛନ୍ତି ।
ଏହାସହ କେନ୍ଦ୍ର ସରକାର କେନ୍ଦ୍ରୀୟ ଟିକସରୁ ୨ ଟଙ୍କା କମ କରିଥିବା ବେଳେ ରାଜ୍ୟ ସରକାର ନିଜ ଟିକସ ପଇଷା ଟିଏ ବି କମାଇ ନାହାନ୍ତି । ଆଜି ଦିନରେ ଉତରପ୍ରଦେଶରେ ଓ ଉତରାଖଣ୍ଡରେ ୧୭ ପ୍ରତିଶତ । ତ୍ରିପୁରାରେ ୧୩.୫, ମହାରଷ୍ଟ୍ରରେ ୨୨, ମଧ୍ୟପ୍ରଦେଶ ଓ ଝାଡଖଣ୍ଡରେ ୨୩ ତଥା ତ୍ରିପୁରାରେ ୧୩.୫ ପ୍ରତିଶତ ଟିକସ ଥିବା ବେଳେ ଓଡିଶାରେ ୨୬ ପ୍ରତିଶତ ନିଜସ୍ୱ ଟିକସ ସଂଗ୍ରହ କରୁଛି । ଅପରପକ୍ଷେ କେନ୍ଦ୍ର ସରକାର ତୈଳରୁ ଯେଉଁ ଟିକସ ସଂଗ୍ରହ କରୁଛି ତାହା ଦ୍ୱାରା ଓଡିଶା ସମେତ ରାଜ୍ୟମାନେ ଲାଭବାନ ହେଉଛନ୍ତି । ୨୦୧୩-୧୪ ମସିହାରେ କେନ୍ଦ୍ରୀୟ ଟିକସରେ ଅଂଶ ଓ କେନ୍ଦ୍ରୀୟ ଅନୁଦାନ ଉଭୟ ମିଶି ୨୩୬୭୬.୫୨ କୋଟି ମିଳିଥିବା ବେଳେ ୨୦୧୮-୧୯ରେ ଏହା ୬୧,୩୫୦.୦୦ କୋଟିରେ ପହଁଚିବା ସତ୍ୟ ନା ନାହିଁ ବିଜେଡି ସ୍ପଷ୍ଟ କରିବାକୁ ଶ୍ରୀ ମହାପାତ୍ର କହିଛନ୍ତି ।
କଂଗ୍ରେସର ତୈଳ ମୂଲ୍ୟବୃଦ୍ଧି ମାମଲାରେ ୨୦୦୫ରୁ ୨୦୧୦ ମସିହା ମଧ୍ୟରେ ଉପା ସରକାର ୧.୪ ଲକ୍ଷ କୋଟିଟଙ୍କାର ଅଏଲ ବଣ୍ଡ ଜାରି କରି ଏହି ଅର୍ଥ ବୋଝରୁ ଦେଶ ଉପରେ ଲଦି ଦେଇଥିଲେ । ଯାହାକୁ ୨୦୨୫ ମସିହା ସୁଦ୍ଧା ଫେରାଇବାକୁ ପଡିବ । ଏହି ବାବଦରେ ଭାରତ ସରକାରଙ୍କୁ ଆଜି ଦିନରେ ବାର୍ଷିକ ୧୦ ହଜାର କୋଟି ର ସୁଧ ଦେବାକୁ ପଡୁଛି । ଆଜି ଦିନରେ ଏହି ବଣ୍ଡ ବାବଦରେ ୧.୩ ଲକ୍ଷ କୋଟିଟଙ୍କାର ବୋଝ ସରକାରଙ୍କ ଉପରେ ରହିଛି । ମୋଦି ସରକାର ଦେଶର ଭବିଷ୍ୟତ ପୀଢି ଉପରେ କଂଗ୍ରେସ ପରି ଋଣଭାର ଲଦୁ ନାହିଁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

 ୨୦୧୪ ମସିହାରେ ପେଟ୍ରୋଲ ଓ ଡିଜେଲ ଉପରେ ରାଜ୍ୟ ସରକାର ୨୧.୨ ପ୍ରତିଶତ ଟିକସ ଲଗାଇଥିବା ବେଳେ ଆଜି ଦିନରେ ଏହି ଟିକସ ୨୬ ପ୍ରତିଶତ ନା ଏହା ମିଛ ଏହା ସ୍ପଷ୍ଟ କରନ୍ତୁ
 ୨୦୧୪ ମସିହାରେ ଲିଟର ପିଛା ପେଟ୍ରୋଲରେ ଟ ୧୧.୦୫ ପଇସା ଓ ଡିଜେଲ ଟ ୯.୩୯ ଟିକସ ନେଉଥିବା ବେଳେ ଆଜି ଦିନରେ ତା ୧୫.୪୫ ଓ ଡିଜେଲ ଲିଟର ପିଛା ୧୫.୩୩ ପଇସା ନିଜସ୍ୱ ଟିକସ ନେବା ସତ ନା ମିଛ
 ଚତୁର୍ଦ୍ଦଶ ଅର୍ଥ କମିଶନ ସୁପାରିଶ ଲାଗୁ ପରେ କେନ୍ଦ୍ରୀୟ ଟିକସର ୪୨ ଭାଗ ରାଜ୍ୟ ସରକାରଙ୍କ ତହବିଲକୁ ଯାଉଛି ନା ନାହିଁ ବିଜେଡି ଏହା ସ୍ପଷ୍ଟ କରୁ
 ୨୦୧୪-୧୫ ଆର୍ଥିକ ବର୍ଷରେ ରାଜ୍ୟ ସରକାର ମୋଟ ତୈଳରୁ ୩୦୪୬ କୋଟି ଟିକସ ପାଇଥିଲେ ଯାହା ରାଜ୍ୟ ରାଜସ୍ୱର ୮.୫ ପ୍ରତିଶତ ଥିଲା । ଚଳିତ ବର୍ଷ ରାଜ୍ୟ ସରକାର ୬୯୩୦ କୋଟି ରାଜସ୍ୱ ପାଇଛନ୍ତି , ଯାହା ରାଜ୍ୟର ମୋଟ ରାଜସ୍ୱର ୧୨ ପ୍ରତିଶତ
 ୨୦୧୪ରୁ ୨୦୧୮ ମଧ୍ୟରେ ତୈଳରୁ ରାଜ୍ୟର ଟିକସ ଆଦାୟ ୧୨୭ ପ୍ରତିଶତ ବୃଦ୍ଧିକୁ ବିଜେଡି ସ୍ୱୀକାର କରିବାରେ କୁଣ୍ଠାବୋଧ କରିବ ନାହିଁ ବୋଲି ଆଶା
 ୨୦୦୫ରୁ ୨୦୧୦ ମସିହା ମଧ୍ୟରେ ଉପା ସରକାର ୧.୪ ଲକ୍ଷ କୋଟିଟଙ୍କାର ଅଏଲ ବଣ୍ଡ ଜାରି କରି ଏହି ଅର୍ଥ ବୋଝରୁ ଦେଶ ଉପରେ ଲଦି ଦେଇଥିଲେ ।
 ଏହି ଅଏଲ ବଣ୍ଡ ବୋଝକୁ ୨୦୨୫ ମସିହା ସୁଦ୍ଧା ଫେରାଇବାକୁ ପଡିବ ।
 ଏହି ବାବଦରେ ଭାରତ ସରକାରଙ୍କୁ ଆଜି ଦିନରେ ବାର୍ଷିକ ୧୦ ହଜାର କୋଟି ର ସୁଧ ଦେବାକୁ ପଡୁଛି
 ମୋଦି ସରକାର ଦେଶର ଭବିଷ୍ୟତ ପୀଢି ଉପରେ କଂଗ୍ରେସ ପରି ଋଣଭାର ଲଦୁନାହାଁନ୍ତି

Leave A Reply

Your email address will not be published.